କନକ ବ୍ୟୁରୋ: ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର । ଆପଣଙ୍କର ଯଦି ଏସବିଆଇରେ ଆକାଉଣ୍ଟ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାହିଁକି ନା ସାମାନ୍ୟ ଅସାବଧାନତା ସବୁଦିନ ପାଇଁ ଆପଣଙ୍କ ଆକାଉଣ୍ଟକୁ ବନ୍ଦ କରିଦେଇପାରେ । ଆଉ ଆପଣ ବ୍ୟାଙ୍କ ନେଣଦେଣ କରିବାରେ ଅସୁବିଧା ଭୋଗିପାରନ୍ତି ।
ଅସଲ କଥା ହେଉଛି, ଏସବିଆଇ ନିଜ ଗ୍ରାହକମାନଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ନିଜ ପାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ୍ କରିବାକୁ ନିର୍ଦ୍ଦେଶ ଦେଇଛି । ଯେଉଁମାନେ ଏହି ତାରିଖ ସୁଦ୍ଧା ନିଜ ଆଧାର ଓ ପାନ୍ ଲିଙ୍କ୍ କରିବେ ନାହିଁ ବ୍ୟାଙ୍କ ସେମାନଙ୍କ ବିରୋଧରେ ଆକ୍ସନ ନେଇପାରେ । ତେବେ ଏହାଫଳରେ ଗ୍ରାହକମାନେ ବ୍ୟାଙ୍କ ନେଣଦେଣରେ ନାନାଦି ଅସୁବିଧା ଭୋଗିପାରନ୍ତି । ତେଣୁ ଆପଣ ଯଦି ଏବେ ସୁଦ୍ଧା ନିଜ ଆଧାର ଓ ପାନ୍ ନମ୍ବର ଲିଙ୍କ୍ କରିନାହାଁନ୍ତି ତେବେ ତୁରନ୍ତ କରାଇ ନିଅନ୍ତୁ । ତାହା ପୁଣି ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ।
ଏହାପୂର୍ବରୁ କେନ୍ଦ୍ର ସରକାର କରୋନା ଭାଇରସର ସଂକ୍ରମଣ ହେତୁ ଏହି ତାରିଖକୁ ପ୍ରଥମେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଥିଲେ । ଏହାପରେ ପୁଣିଥରେ ମାର୍ଚ୍ଚ ୩୧ ଓ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହାର ସମୟ ସୀମା ବୃଦ୍ଧି କରିଥିଲେ । ଏବେ ଏହି ଆଧାର ଓ ପାନ୍ କାର୍ଡ ଲିଙ୍କକୁ ସରକାର ଚଳିତ ବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/06/199692527_848842412420000_3079347809460579885_n.jpg)