ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର । ଏଣିକି ଟଙ୍କା ଉଠାଇଲେ ଲାଗିବ ଟ୍ୟାକ୍ସ । ଜମାଖାତାରୁ କ୍ୟାସ୍ ବାହାର କଲେ ଏବେ ଦେବାକୁ ପଡିବ ମୋଟା ଅଙ୍କର ଟିକସ । ଟ୍ୱିଟ୍ କରି ସତର୍କ କରାଇଲା ବ୍ୟାଙ୍କ

1,455

କନକ ବ୍ୟୁରୋ: ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର । ଏଣିକି ବ୍ୟାଙ୍କରୁ ଟଙ୍କା ଉଠାଇଲେ ଦେବାକୁ ପଡିବ ଟ୍ୟାକ୍ସ । ଏନେଇ ଟ୍ୱଟ କରି ସୂଚନା ଦେଲା ଦେଶର ସବୁଠୁ ବଡ ବ୍ୟାଙ୍କ ଏସବିଆଇ । ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଏନେଇ ସତର୍କ କରାଇଛି ଯେ, ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇଲେ ଏଣିକି ଖାତାଧାରକଙ୍କୁ ମୋଟା ଅଙ୍କର ଟ୍ୟାକ୍ସ ଭରିବାକୁ ପଡିବ । ତେବେ ଯେଉଁ ଖାତାଧାରକମାନେ ବର୍ଷେ ହେବ ନିଜ ବ୍ୟାଙ୍କ ଆକାଉଂଟରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଉଠାଉଛନ୍ତି କେବଳ ସେହି ଗ୍ରାହକଙ୍କୁ ହିଁ ଏହି ଟ୍ୟାକ୍ସ ଭରିବାକୁ ହେବ ।

ବ୍ୟାଙ୍କ ତରଫରୁ ଆହୁରୀ ମଧ୍ୟ କୁହାଯାଇଛି କି, ଯଦି ଖାତାଧାରକ ନିଜ ବ୍ୟାଙ୍କ ଆକାଉଂଟରୁ ବର୍ଷକୁ ୨୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଉଠାଉଛନ୍ତି ତେବେ ସେମାନଙ୍କୁ ମୋଟା ଅଙ୍କର ଟ୍ୟାକ୍ସ ଦେବାକୁ ପଡିପାରେ ।

ଆୟକର ବିଭାଗର ନିୟମ ଅନୁସାରେ, ଯେଉଁ ବ୍ୟକ୍ତି ୩ ବର୍ଷ ହେଲା ଆୟକର ରିଟର୍ନ ପୈଠ କରୁନଥିବେ ସେମାନେ ଟିଡିଏସ ଦେବାକୁ ବାଧ୍ୟ ଅଟନ୍ତି  । ତେବେ ଏହାକୁ କିପରି ଏଡାଇ ହେବ ସେନେଇ ମଧ୍ୟ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏସବିଆଇର ତଥ୍ୟ ଅନୁସାରେ, ପ୍ରଥମେ ଆପଣଙ୍କୁ ଆପଣଙ୍କର ପାନକାର୍ଡର ତଥ୍ୟ ବ୍ୟାଙ୍କରେ ଜମା କରିବାକୁ ହେବ । ଯଦି ପାନ କାର୍ଡର ବିବରଣୀ ବ୍ୟାଙ୍କରେ ପୂର୍ବରୁ ଜମା ହୋଇଥିବ ତେବେ ପୁନର୍ବାର ଦେବାର ଆବଶ୍ୟକତା ନାହିଁ । ସେହିଭଳି ଆପଣଙ୍କୁ ଆପଣଙ୍କ ବ୍ୟାକୁ ଇନକମ ଟ୍ୟାକ୍ସର ଡିଟେଲ ବି ଦେବାକୁ ହେବ ।  ତେବେ ଟିଡିଏସ ସମ୍ବନ୍ଧିୟ ତଥ୍ୟ ବ୍ୟାଙ୍କ ସହ ଆଲୋଚନା କରି ଆପଣ ଟ୍ୟାକ୍ସରୁ ବର୍ତି ଯାଇପାଇବେ । ଯଦି ଆପଣ ପାନ କାର୍ଡ କରିନାହାନ୍ତି ତେବେ ଏଥିପାଇଁ ଆପଣଙ୍କୁ ଅତିରିକ୍ତ ଟିକସ ଦେବାକୁ ପଡିବ ବୋଲି ଟ୍ୱିଟ୍ କରି ଗ୍ରାହକଙ୍କୁ ସତର୍କ କରାଇଛି ଏସବିଆଇ ।