୪୦ କୋଟି ଗ୍ରାହକଙ୍କୁ ସତର୍କ କଲା ଏସବିଆଇ । ବନ୍ଦ ହୋଇପାରେ ଆପଣଙ୍କ ବ୍ୟାଙ୍କ ସେବା । ଜାଣନ୍ତୁ କାରଣ ।

3,365

କନକ ବ୍ୟୁରୋ: ଦେଶର ସବୁଠୁ ଅଧିକ ଟ୍ରାଂଜାକ୍ସନ କରୁଥିବା ବ୍ୟାଙ୍କ ଏସବିଆଇ ନିଜ ଗ୍ରାହକଙ୍କୁ ଆଲର୍ଟ କରିଛି । ବ୍ୟାଙ୍କ ନିଜର ପାଖାପାଖି ୪୦ କୋଟି ଗ୍ରାହକଙ୍କୁ ସତର୍କ କରାଇଛି । ୨୦୨୨ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଅଧାର ସହ ନିଜ ପ୍ୟାନ କାର୍ଡ ଲିଙ୍କ କରିବାକୁ ନୋଟିସ୍ ଜାରି କରିଛି । ଏହା ସହ ଏହାକୁ ତୁରନ୍ତ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ କରିବାକୁ ପଡିବ । ସମୟ ସୀମା ପୂର୍ବରୁ ଏପରି ନକଲେ ଗ୍ରାହକଙ୍କ ବ୍ୟାଙ୍କ ସେବା ବନ୍ଦ କରିବାକୁ ସୂଚନା ଦେଇଛି ଏସବିଆଇ । ଏନେଇ ଏସବିଆଇ ଟ୍ୱିଟ୍ କରି ମଧ୍ୟ ଜଣାଇଛି ।

ପ୍ୟାନ- ଆଧାର କାର୍ଡ ଲିଙ୍କ କରିବେ କିପରି?

ପ୍ରଥମେ ଇନକମ୍ ଟ୍ୟାକ୍ସର ୱେସାଇଟକୁ ଯାଆନ୍ତୁ( WWW.incometaxindiaefiling.gov.in/home)
ସାଇଟର ବାମ ପଟେ ଆପଣଙ୍କୁ Link Aadhaar ର ବିକଳ୍ପ ଦେଖାଯିବ, ଏହା ଉପରେ କ୍ଲିକ କରନ୍ତୁ ।
ଏହାପରେ ଏକ ନୂୁଆ ପେଜ୍ ଖୋଲିବ, ଯେଉଁଠାରେ ଆପଣଙ୍କୁPAN, AADHAAR ଆଧାରରେ ଆପଣଙ୍କ ନାଁ ଭରିବାକୁ ପଡିବ ।
ଯଦି ଆପଣଙ୍କ ଆଧାର କାର୍ଡରେ କେବଳ ଜନ୍ମ ତାରିଖ ରହିଛି ତେବେ ‘I have only year of birth in aadhaar card’ ବକ୍ସ ଉପରେ ଟିକ କରନ୍ତୁ ।
ଏହାପରେ ଓଟିପି ନମ୍ବର ଭରନ୍ତୁ
ଲିଙ୍କ ଆଧାର ଅପ୍ସନକୁ କ୍ଲିକ କରନ୍ତୁ, ଆପେ ଆପେ ଆପଣଙ୍କ ପ୍ୟାନ୍ କାର୍ଡ ଓ ଆଧାର ଲିଙ୍କ ହୋଇଯିବ ।

ପ୍ୟାନ- ଆଧାର ଲିଙ୍କର ଦ୍ୱିତୀୟ ପ୍ରକ୍ରିୟା:

ଏହି ଲିଙ୍କ ପ୍ରକ୍ରିୟା ଅପଣ ଏସଏମଏସ ମାଧ୍ୟମରେ ମଧ୍ୟ କରିପାରିବେ ।
ମୋବାଇଲର ମେସେଜ୍ ବକ୍ସକୁ ଯାଇ ଟାଇପ କରନ୍ତୁ- UIDPAN<12-digit Aadhaar><10-digit PAN>
ଏହି ମେସେଜକୁ 567678 ,  56161 ପଠାଇଦିଅନ୍ତୁ
ବାସ୍ ଏତିକିରେ ପ୍ୟାନ ସହ ଆଧାର ଲିଙ୍କ ହୋଇଗଲା, ଯାହାକୁ ଆପଣ ବ୍ୟାଙ୍କ ଆକାଉଣ୍ଟରେ ଅପଡେଟ କରିଦେଇପାରିବେ । ଏଥିପାଇଁ ପୂର୍ବରୁ ୨୦୨୧ ସେପ୍ଟେମ୍ବର ୩୦ ତାରଖ ଧାର୍ଯ୍ୟ କରାଯାଇଥିବାବେଳେ ଏବେ ଏହାକୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ଯାଏଁଁ ବୃଦ୍ଧି କରାଯାଇଛି ।