ଆସାମରେ ଲାଗୁ କରାଯାଇଥିବା ଏନଆରସି ପ୍ରସଙ୍ଗରେ କୈାଣସି ବିଭ୍ରାନ୍ତିକର ତଥ୍ୟ ନଦେବାକୁ ଅଧୀକାରିଙ୍କୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ : ନିର୍ଦ୍ଦେଶ ଅବମାନନା କଲେ ହେବ କାର୍ଯ୍ୟାନୁଷ୍ଠାନ

Advertisment
ସୁପ୍ରିମକୋର୍ଟରେ ପହଁଚିଲା ଅଲୱାର ଲିଂଚିଙ୍ଗ୍ ମାମଲା : ଭିଡତନ୍ତ୍ର ନିୟନ୍ତ୍ରଣ କରିବାରେ ବିଫଳ ରାଜସ୍ତାନ ସରକାର, କୋର୍ଟ ନିର୍ଦ୍ଦେଶ ଅବମାନନା ଅଭିଯୋଗ

image courtesy-https://indianexpress.com

କନକ ବ୍ୟୁରୋ : ଆସାମରେ ଏନଆରସିଙ୍କ ନିର୍ଦ୍ଦେଶ ଲାଗୁ ହେବାପରେ ସାରା ଦେଶରେ ରାଜନୈତିକ ହଟଚମଟ ଦେଖାଦେଇଛି । ତେବେ ଦେଖାଦେଇଥିବା ପରିସ୍ଥିତିକୁ ରାଷ୍ଟ୍ରୀୟ ନାଗରିକ ପଂଜିକା (ଏନ୍ଆର୍ସି) ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ଆସାମ ଏନ୍ଆର୍ସି ସଂଯୋଜକ ପ୍ରତୀକ ହାଜେଲା ଓ ରେଜିଷ୍ଟ୍ରାର୍ ଜେନେରାଲ୍ ଶୈଳଶଙ୍କୁ ଭର୍ତ୍ସନା କରିଛନ୍ତି। ବାରମ୍ବାର ବାରଣ ସତ୍ତ୍ୱେ ଏନଆରସି ପ୍ରସଙ୍ଗରେ ଗଣମାଧ୍ୟମକୁ ବିଭିନ୍ନ ବିବୃତି କାହିଁକି ଦେଉଛ ବୋଲି ପ୍ରଶ୍ନ କରିଛନ୍ତି। ‘ଏଭଳି କରି ଅଦାଲତଙ୍କୁ ଅବମାନନା କରୁଥିବାରୁ ପ୍ରଥମେ ତୁମକୁ ଜେଲ୍ ପଠାଇବା କଥା’ ବୋଲି ବିଚାରପତି ରଂଜନ ଗୋଗୋଇ ଏବଂ ଆର୍ ଏଫ୍ ନରିମାନଙ୍କ ଖଣ୍ଡପୀଠ କହିଛନ୍ତି। ଉଭୟ ଅଧିକାରୀଙ୍କୁ ଭବିଷ୍ୟତରେ କୌଣସି ବିବୃତି ଦେବାକୁ ମନା କରିବା ସହିତ ବିନା ଅନୁମତିରେ ଏନ୍ଆର୍ସି ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ମତାମତ ନ ଦେବାକୁ ଖଣ୍ଡପୀଠ ସିଧାସଳଖ କହିଛନ୍ତି।

ଏମିତି କି ଖବରକାଗଜରେ ଉଭୟଙ୍କ ଟିପ୍ପଣୀ ଆଧାରିତ ଏକ ଖବରକୁ ପଢ଼ିବା ଲାଗି କହିଥିଲେ। ଖଣ୍ଡପୀଠ କହିଥିଲେ, ସରକାରୀ ଅଧିକାରୀ ହୋଇଥିବା ଦୃଷ୍ଟିରୁ ଉପରିସ୍ଥ ଅଧିକାରୀ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁପାଳନ କରିବା ଜରୁରୀ । କିନ୍ତୁ ଏଥିପ୍ରତି କୌଣସି ଦୃଷ୍ଟି ନ ଦେଇ ତୁମ୍ଭେମାନେ କିଭଳି ଗଣମାଧ୍ୟମକୁ ମନଇଚ୍ଛା ବିବୃତ ଦେଉଛ। ଏଭଳି ବିବୃତି ଦେଇ ପରିସ୍ଥିତିକୁ ଅଧିକ ଜଟିଳ କରୁଛ ଏବଂ ଏହାକୁ ନେଇ ଦେଶବ୍ୟାପୀ ବିଭ୍ରାନ୍ତି ଉପୁଜୁଛି ବୋଲି କୋର୍ଟ କହିଛନ୍ତି। ତେବେ ଏହା ଲାଗୁ ହେବାପରେ ଅନେକ ଲୋକ ଆସାମ ଛାଡି ଅନ୍ୟ ଆଡେ ଯିବାକୁ ଲାଗିଲେଣି ସେପଟେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କୁ ମଧ୍ୟ ସୋସିଆଲ ମିଡିଆରେ ବାଙ୍ଗଲାଦେଶୀ କୁହାଯାଇଥିଲା । ତେବେ ପରେ ଅବଶ୍ୟ ସେ ଏହାକୁ ଏକ ଗୁଜବ ବା ଅପପ୍ରଚାର ବୋଲି କହିଥିଲେ । ବାରମ୍ବାର ସୋସିଆଲ ମିଡିଆରେ ଏପରି ମିଥ୍ୟା କଥା ଅପପ୍ରଚାର ହେଉଥିବାରୁ କୋର୍ଟ ଏପରି କହିଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe