ଶ୍ରାବଣ ମାସର ପ୍ରଥମ ସୋମବାର: କୋଭିଡ ଯୋଗୁଁ ପାଣି ଢାଳିବା ଉପରେ ବିଭିନ୍ନ ଜିଲ୍ଲା ପ୍ରଶାସନର କଟକଣା; ଶୈବପୀଠଗୁଡିକରେ ୧୪୪ ଧାରା

599

କନକ ବ୍ୟୁରୋ: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ତେବେ ଏଥର କରୋନା ମୁକାବିଲାକୁ ନଜରରେ ରଖି ଶ୍ରାବଣରେ ସମସ୍ତ କାଉଡିଆଙ୍କ ଶିବ ମନ୍ଦିରରେ ଜଳଲାଗି ଉପରେ ଲାଗିଛି କଟକଣା । କରୋନା ମୁକାବିଲାକୁ ଆଖିରେ ରାଜ୍ୟ ସରକାର ଚଳିତ ବର୍ଷ ବୋଲବମ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ଏନେଇ ବିଭିନ୍ନ ଜିଲ୍ଲାରେ କଟକଣା ଲାଗୁ ହୋଇଛି । ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଶୈବ ପୀଠରେ ୧୪୪ ଧାରା ଜାରି କରି କାଉଡିଆଙ୍କ ଜଳାଭିଷେକକୁ ବାରଣ କରିଛନ୍ତି ।

କୌଣସି ଭକ୍ତ, କୌଣସି ନଦୀ, ପୋଖରୀ ଅଥବା କୌଣସି ସ୍ଥାନରୁ ଜଳ ନେଇ ମହାଦେବଙ୍କୁ ଜଳ ଲାଗି କରିପାରିବେ ନାହିଁ । ମନ୍ଦିରରେ ଭକ୍ତ ଏକତ୍ରିତ ହୋଇପାରିବେ ନାହିଁ । କେବଳ ସେବାୟତ ବା ମନ୍ଦିରର ପୂଜକ ଦିଅଙ୍କ ନୀତିକାନ୍ତି କରିବେ ବୋଲି ନ୍ରି୍ଦ୍ଦେଶ ରହିଛି । ଏନେଇ ସମସ୍ତେ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି । ଶ୍ରାବଣ ସୋମବାରରେ ସମସ୍ତ ନଦୀ ପୁଷ୍କରିଣୀ ଘାଟରେ ହଜାର ହଜାର କାଉଡିଆ ଏକାଠି ହୋଇ ଜଳ ଭାର ଆଣି ଶିବ ମନ୍ଦିର ଅଭିମୁଖେ ବାହାରିଥାନ୍ତି । ଅନ୍ୟ ପଟେ ମନ୍ଦିର ଗୁଡିକରେ ମଧ୍ୟ ଶ୍ରାବଣ ସୋମବାର ଗୁଡିକରେ ପ୍ରବଳ ଭିଡ ହୋଇଥାଏ । ଏହାକୁ ଏଡାଇ ବାକୁ ଶ୍ରାବଣ ସୋମବାରରେ କାଉଡିଆଙ୍କ ଯାତ୍ରା ଉପରେ କଟକଣା ଲାଗୁ ହୋଇଛି ।