କନକ ବ୍ୟୁରୋ: ହାତରେ ଶଙ୍ଖା, ସିନ୍ଥିରେ ସିନ୍ଦୁର, ମୁଣ୍ଡରେ ଓଢଣୀ । ସାବିତ୍ରୀ ବ୍ରତ ଅବସରରେ ଏଭଳି ବେଶରେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ଦେଖିବାକୁ ମିଳିଥିଲା । ହନିଟ୍ରାପ ଓ ବ୍ଲାକମେଲିଂ ଅଭିଯୋଗରେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବେ ଜେଲରେ ଅଛନ୍ତି । ଆଉ ସାବିତ୍ରୀ ଅମାବାସ୍ୟାରେ ଭୁବନେଶ୍ୱର ଝାରପଡା ଜେଲ ଭିତରେ ଅନ୍ତେବାସୀଙ୍କ ସହ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଅର୍ଚ୍ଚନା । ହାତରେ ଦୀପ ଧରି ଭଗବାନଙ୍କ ଆରାଧନା କରିବା ସହ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଦୀର୍ଘାୟୁ କାମନା କରିଛନ୍ତି ।
ଝାରପଡା ଜେଲ ପରିସରରେ ଥିବା ହନୁମାନ ମନ୍ଦିର ପରିସରକୁ ମହିଳା ଅନ୍ତେବାସୀଙ୍କୁ କଡା ସୁରକ୍ଷାରେ ଅଣାଯାଇଥିଲା । ସାବିତ୍ରୀ ବ୍ରତ ପାଳନ ପରେ ଅନ୍ୟ ଅନ୍ତେବାସୀଙ୍କ ସହ ନିଜ ସେଲକୁ ଫେରିଯାଇଥିଲେ ଅର୍ଚ୍ଚନା ନାଗ । ଜେଲ କର୍ତୃପକ୍ଷଙ୍କ ଅନୁମତି ପରେ ସାବିତ୍ରୀ ବ୍ରତରେ ସ୍ୱାମୀ ଜଗବନ୍ଧୁଙ୍କୁ ଭେଟିଛନ୍ତି । ଅର୍ଚ୍ଚନାଙ୍କ ଭଳି ଅନ୍ୟ ମହିଳା କଏଦୀମାନେ ମଧ୍ୟ ସାବିତ୍ରୀ ବ୍ରତ କରି ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିଛନ୍ତି ।
ବହୁଚର୍ଚ୍ଚିତ ହନିଟ୍ରାପ ଓ ବ୍ଲାକମେଲିଂ ମାମଲାରେ ଉଭୟ ନାଗ ଦଂପତି ଏବେ ଜେଲରେ ଅଛନ୍ତି । ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ଅର୍ଚ୍ଚନା ନାଗ ଜାମିନ ପାଇଛନ୍ତି ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ଗୋଟିଏ ମାମଲାରେ ଜାମିନ ମିଳିଛି । ହେଲେ ଏହି ନାଗ ଦଂପତିଙ୍କ ବିରୋଧରେ ଏକାଧିକ ମାମଲାରେ ଥିବାରୁ ଦୁହେଁ ଏବେ ଜେଲରେ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2023/05/20-16.jpg)