ଆଜି ସାବିତ୍ରୀ ବ୍ରତ : ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ରଖିଛନ୍ତି ସଧବା ମହିଳା; ମନ୍ଦିର ବନ୍ଦ ଥିବାରୁ ଘରେ ଘରେ ଚାଲିଛି ପୂଜାର୍ଚ୍ଚନା

218

କନକ ବ୍ୟୁରୋ : ସାବିତ୍ରୀ ଓଷାକୁ ନେଇ ସଧବା ମହିଳାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଦେଇଥିବା ବେଳେ କରୋନା ଯୋଗୁଁ ମନ୍ଦିରରେ ପୂଜାର୍ଚ୍ଚନା ବନ୍ଦ ରହିଛି । ଯାଜପୁର ଅଧିଷ୍ଟ୍ରାତ୍ରୀ ଦେବୀ ମା ବିରଜାଙ୍କ ପିଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ସେହିପରି ଜଗନ୍ନାଥ ମନ୍ଦିର ସମେତ ଅନ୍ୟାନ୍ୟ ସମସ୍ତ ମନ୍ଦିରରେ ସାବିତ୍ରୀ ବ୍ରତକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି । ଯାହା ଫଳରେ ସଧବା ମହିଳାମାନେ ମନ୍ଦିର ନଯାଇ ଘରେ ପୂଜାର୍ଚ୍ଚନା କରି ଏହି ବ୍ରତ ପାଳନ କରିଛନ୍ତି ।

ସେପଟେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା । କରୋନା କଟକଣା ପାଇଁ ବ୍ରତଧାରୀମାନେ ମନ୍ଦିର ଯାଇନପାରି ଘରେ ରହି ବ୍ରତ ପାଳନ କରୁଛନ୍ତି । ବୃନ୍ଦାବତୀ ମୂଳେ ପୂଜାର୍ଚ୍ଚନା କରିବା ସହ ସଧବା ମହିଳା ବ୍ରତ ପାଳନ କରୁଛନ୍ତିି । ଭୁବନେଶ୍ୱରରେ ମଧ୍ୟ କିନ୍ନରମାନେ ପାଳିଛନ୍ତି ସାବିତ୍ରୀ ବ୍ରତ । କିନ୍ନରମାନେ ମହିଳା ବେଶରେ ନିଜକୁ ସଜେଇ ସାବିତ୍ରୀ ବ୍ରତ ପାଳନ କରୁଥିବା ଦେଖିବାକୁ ମିଳିଛି । ନିଜ ପୁରୁଷ ଅପେକ୍ଷା ମହିଳା ଭାବରେ ଦେଖିବା ପାଇଁ ଅଧିକ ପସନ୍ଦ କରୁଥିବାରୁ ସାବିତ୍ରୀ ବ୍ରତକୁ ନେଇ ସେମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ ।