କନକ ବ୍ୟୁରୋ : ବର୍ଷାରେ ବେହାଲ ଦ୍ୱୈ÷ତନଗରି । କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଲୋକଙ୍କ ଘରେ ପାଣି ପଶିଯାଇଛି । ସ୍କୁଲ-କଲେଜ ଛୁଟି ସମୟରେ ବର୍ଷା ହେବାରୁ ଛାତ୍ରଛାତ୍ରୀ ଘରକୁ ଫେରିବା ସମୟରେ ବହୁ ଅସୁବିଧା ସମ୍ମୁଖୀନ ହୋଇଛନ୍ତି । ବର୍ଷାରେ ଓଦା ହୋଇ ଘରକୁ ଫେରୁଛନ୍ତି । ଫରେଷ୍ଟ ପାର୍କ ଅଂଚଳରେ ଘରେ ପାଣି ପଶିଯାଇଛି । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଜମି ଯାଇଛି । ଗାଡି ଗୁଡିକ ଅଧା ବୁଡିଯାଇଛି । ସେପଟେ କଟକରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ସମୟରେ ପ୍ରବଳ ବେଗରେ ବିଜୁଳି ମାରିବା ସହ ଘଡଘଡି ହେଉଛି । କେନ୍ଦ୍ରାପଡାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ।