ଆପଣ ଆପଣଙ୍କ ଖର୍ଚ୍ଚକୁ ନେଇ ଚିନ୍ତାରେ ଅଛନ୍ତି କି ? ତେବେ ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ ।

76

ଆଜିକାଲି ଯୁବପିଢି, ସୋସିଆଲ ମିଡିଆ ଏବଂ ଅନଲାଇନ  ଉପରେ ଅଧିକ ବିଶ୍ୱାସ ରଖୁଛନ୍ତି । ଏହା ସହିତ ସେ ତାଙ୍କର ସମସ୍ତ କାର୍ଯ୍ୟ ମୋବାଇଲ ଦ୍ୱାରା କରିପାରୁଛନ୍ତି । ମୋବାଇଲରେ ବିଭିନ୍ନ ପ୍ରକାରର ଆପ୍ ଉପଲବ୍ଧ ଥିବାରୁ ପ୍ରତିଟି କାର୍ଯ୍ୟ ଯୁବପିଢି ଖୁବ ସହଜରେ ସମ୍ପାଦିତ କରିପାରୁଛନ୍ତି । ଯେପରିକି ଖାଦ୍ୟ ଅଡର କରିବା ଠାରୁ ଆରମ୍ଭ କରି ଅନଲାଇନ ବ୍ୟାଙ୍କିଙ୍ଗ୍ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ମୋବାଇଲରେ ହିଁ କରିଥାନ୍ତି । ଆଜିକାଲି ମାର୍କେଟରେ ମୋବାଇଲ ଅତି ସହଜରେ ମିଳିପାରୁଛି । ମୋବାଇଲ କିଣିବା ପାଇଁ ଟଙ୍କାର ଚିନ୍ତା ରହୁନାହିଁ । ଏବେ ପ୍ରତିଟି ଦୋକାନୀ ମୋବାଇଲକୁ କିସ୍ତିରେ ବିକ୍ରି କରୁଛନ୍ତି । ଯାହା ଦ୍ୱାରା ଯୁବପିଢି ମାନେ ନିଜର ଖର୍ଚ୍ଚ ଉପରେ ଧ୍ୟାନ ଦେଇପାରୁ ନାହାଁନ୍ତି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଉପାୟରେ ହେଉଥିବା ଖର୍ଚ୍ଚକୁ ନିୟନ୍ତ୍ରଣ କରାଯାଇ ପାରିବ ।

ନିଜ ଖର୍ଚ୍ଚକୁ କିପରି ନିୟନ୍ତ୍ରଣ କରିବେ :

 

ଯଦି ଆପଣ ସମସ୍ତ  କାର୍ଯ୍ୟ ମୋବାଇଲ ଆପ୍ ଦ୍ୱାରା କରୁଛନ୍ତି ତେବେ ଆପଣ ଆପଣଙ୍କ ଖର୍ଚ୍ଚକୁ ମଧ୍ୟ ଆପ୍ ସାହାଯ୍ୟରେ ନିୟନ୍ତ୍ରଣ କରିପାରିବେ । ଏହି ଆପ୍ ଦ୍ୱାରା ଆପଣ  କେତେ ଖର୍ଚ୍ଚ କରୁଛନ୍ତି ତାହା ଆପଣକୁ ଜାଣିବାରେ ସହଜ ହୋଇଥାଏ । ଆପଣ ନିଜ ଖର୍ଚ୍ଚକୁ ଜାଣିବା ପରେ ଚାହିଁଲେ ଖର୍ଚ୍ଚକୁ ନିୟନ୍ତ୍ରଣ କରିପାରିବେ ।

ପ୍ରତି ମାସରେ ଆପଣଙ୍କ ଦରମାରୁ ବଞ୍ଚାନ୍ତୁ ୧୦ ପ୍ରତିଶତ :

ପ୍ରତି ମାସରେ ଆପଣଙ୍କ ଦରମାରୁ ୧୦ ପ୍ରତିଶତ ଟଙ୍କା ସଞ୍ଚୟ କରିବା ପାଇଁ ଚେଷ୍ଟା କରିବା ଉଚିତ । ଦରମାରୁ ସଞ୍ଚୟ ହେଉଥିବା ଟଙ୍କା ଆପଣ ଏକ ଇକ୍ୟୁଟି ଫଣ୍ଡ  ହେଉ ଅବା ଆପଣଙ୍କ ଆକାଉଣ୍ଟରେ ଫିକ୍ସ ଡିପୋଜିଟ କରିପାରିବେ । ପିଲାଟି ବେଳରୁ ଆମେ ଶୁଣି ଆସିଛୁ ଫିକ୍ସ ଡିପୋଜିଟ ହିଁ ପୁଞ୍ଜିଲଗାଣର ଏକ ମାତ୍ର ଉପାୟ । କିନ୍ତୁ ଏବେ ଏହା ବ୍ୟତୀତ ବି ଅନ୍ୟ ବହୁ ବିକଳ୍ପ ମଧ୍ୟ ବାହାରି ସାରିଲାଣିି । ଯେପରିକି ଇକ୍ୟୁଟି , ମ୍ୟୁଚୁଆଲ ଫଣ୍ଡ , ଷ୍ଟକ୍ ମାର୍କେଟ , ଗୋଲ୍ଡ , ରିୟଲ ଇସ୍ଟେଟ ଇତ୍ୟାଦି ।

ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା :

 

କୌଣସି ଦୁର୍ଘଟଣା ଅବା ମେଡିକାଲ ଭଳି ପରିସ୍ଥିତିରେ ଅଚାନକ ଟଙ୍କାର ଆବଶ୍ୟକତା ପଡିଥାଏ । ଏହି ଭଳି ପରିସ୍ଥିତିରେ ସଚେତନ ନରହିବା ଦ୍ୱାରା ବହୁତ ବଡ ଆଘାତର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ଛୋଟ ବୟସରୁ ସ୍ୱାସ୍ଥ୍ୟ ବୀମା କରିନେବା ଆବଶ୍ୟକ । କାରଣ ଛୋଟବେଳୁ ବୀମା କରାଗଲେ ଆପଣଙ୍କୁ ବୀମାର ପ୍ରିମିୟମ କମ ପଡିଥାଏ । ସେଥିପାଇଁ ୫ ଲକ୍ଷ ଟଙ୍କା କିମ୍ବା ୧୦ ଲକ୍ଷ ଟଙ୍କାର ବୀମା କରିନେବା ଆବଶ୍ୟକ ।

ଟ୍ୟାକ୍ସ ଦେବାର ପ୍ଲାନିଂ କିପରି କରିବେ :

ଟ୍ୟାକ୍ସ ଦାଖଲ କରିବା ପାଇଁ ଫେବୃଆରୀ କିମ୍ବା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ । ଦାଖଲ କରିବାର କିଛି ମାସ ପୂର୍ବରୁହିଁ ଟ୍ୟାକ୍ସ ଦେବାର ବ୍ୟବସ୍ଥା ଆରମ୍ଭ କରିପାରିବେ । ଯଦି ଆପଣ ପିପିଏଫ ଦ୍ୱାରା ସଞ୍ଚୟ କରିଥିବା ପୁଞ୍ଜିକୁ ମ୍ୟୁଚୁଆଲ ଫଣ୍ଟରେ ଲଗାଇବାକୁ ଚାହୁଁଛନ୍ତି ତେବେ ପ୍ରତି ମାସରେ ପେମେଣ୍ଟ କରିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ୱାରା ପ୍ରତି ମାସରେ ପୁଞ୍ଜି ଜମା କରିବାରେ ସକ୍ଷମ ହୋଇ ପାରିବେ । ଏଥି ସହିତ କିଛି ପୁଞ୍ଜି ଏମରଜେନ୍ସି ପାଇଁ ମଧ୍ୟ ସଞ୍ଚୟ କରି ରଖିପାରିବେ । ଯାହା ଦ୍ୱାରା ଜରୁରୀକାଳିନ ପରିସ୍ଥିତିରେ କାମରେ ଲାଗି ପାରିବ ।