କନକ ବ୍ୟୁରୋ: ଜୀବନ ଶୈଳୀ ବଦଳୁଛି, ବଦଳୁଛି ଚିନ୍ତାଧାରା । କ୍ୟାରିୟରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଯୁବପିଢ଼ି । ଏହା ସହ ସ୍ୱାସ୍ଥ୍ୟ ସଚେତନତା ମଧ୍ୟ ବଢୁଛି । ତେଣୁ କ୍ୟାରିୟର ଗଢ଼ିବା ବୟସରେ ଯେଉଁମାନେ ବାପା-ମାଆ ହେବାକୁ ପସନ୍ଦ କରୁନାହାନ୍ତି । ଆଇଭିଏଫ ହସ୍ପିଟାଲରେ ଶୁକ୍ରାଣୁ ଓ ଡିମ୍ବାଣୁକୁ ଏବେ ସାଇତି ରଖୁଛନ୍ତି ଯୁବପିଢ଼ି । ସମୟ ଓ ସୁବିଧା ଅନୁସାରେ ବାପା-ମାଆ ହେଉଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଡାକ୍ତରଙ୍କ କହିବା କଥା
- ୨୦ରୁ ୩୦ ବର୍ଷ ମଧ୍ୟରେ ପ୍ରଜନନ କ୍ଷମତା ଅଧିକ ଥାଏ
- ବୟସ ବଢ଼ିବା ସହ ଡିମ୍ବାଣୁ ଓ ଶୁକ୍ରାଣୁର ଗୁଣବତ୍ତା ଓ ସଂଖ୍ୟା କମିଯାଏ
- ମହିଳାଙ୍କ କ୍ଷେତ୍ରରେ ୩୦ ବର୍ଷ ପରେ ଡିମ୍ବାଣୁର ସଂଖ୍ୟା ପ୍ରଭାବିତ ହୁଏ
- ୩୦ରୁ ୩୭ ବର୍ଷ ମଧ୍ୟରେ ଡିମ୍ବାଣୁ ସଂଖ୍ୟା ୨୫ ହଜାରକୁ କମିଯାଏ
- ୩୮ରୁ ୫୧ ବର୍ଷ ମଧ୍ୟରେ ଡିମ୍ବାଣୁ ସଂଖ୍ୟା ୧ ହଜାରକୁ ହ୍ରାସ ପାଏ
- ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ସମାନ ଧାରା ଦେଖିବାକୁ ମିଳେ
- ବୟସ ବଢ଼ିବା ସହ ଶୁକ୍ରାଣୁ ସଂଖ୍ୟା କମିଥାଏ
- ୪୦ ବର୍ଷ ପରେ ସୁସ୍ଥ ଶୁକ୍ରାଣୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଥାଏ
ପରିବାରକୁ ଆଗକୁ ବଢ଼ାଇବା ଏବଂ ନିଜ କ୍ୟାରିୟର ଉପରେ ଫୋକସ କରିବା, ଏହି ଦୁଇ ମଧ୍ୟରେ ସମନ୍ୱୟ ରଖିବା ପାଇଁ ଏବେ ବରଦାନ ସଦୃଶ୍ୟ ହୋଇଛି ଶୁକ୍ରାଣୁ ଓ ଡିମ୍ବାଣୁ ବ୍ୟାଙ୍କ ।