କରୋନା ଭୁତାଣୁର ପ୍ରଭାବରେ ଏବେ ପର୍ଯ୍ୟନ୍ତ ଦୁନିଆର ପ୍ରାୟ ୬୫ ହଜାର ଲୋକ ସଂକ୍ରମିତ ହୋଇଗଲେଣି । ଚୀନରେ ୧୫୦୦ ଲୋକଙ୍କ ଜୀବନ ଚାଲିଗଲାଣି । ଚୀନ୍ ବ୍ୟତୀତ ଦେଶର ଅନ୍ୟ ସ୍ଥାନରେ ମଧ୍ୟ କରୋନା ଭୁତାଣୁର ପ୍ରଭାବରେ ଲୋକ ପୋକମାଛି ପରି ମଲେଣି । ଏବେ ଲୋକଙ୍କ ମନରେ ଏହି ଭାଇରସ୍ କୁ ନେଇ ଏତେ ଡ଼ର ରହିଛି ଯେ ଘରର ପୋଷାପଶୁଙ୍କୁ ମଧ୍ୟ ମାସ୍କ୍ ପିନ୍ଧାଉଛନ୍ତି ଲୋକ ।
ମାସ୍କ୍ ପିନ୍ଧିଥିବା କୁକୁର ଏବଂ ବିଲେଇଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଲୋକମାନେ ବାହାରକୁ ବାହାରିବା କ୍ଷଣି ନିଜେ ମାସ୍କ୍ ପିନ୍ଧିବା ସହ ପୋଷାପଶୁଙ୍କୁ ମଧ୍ୟ ମାସ୍କ୍ ପିନ୍ଧାଇବାକୁ ଭୁଲୁନାହାନ୍ତି । କିଛି ଦିନ ପୂର୍ବରୁ କରୋନା ଭାଇରସ୍ ପଶୁଙ୍କ ଠାରୁ ବ୍ୟାପୁଥିବା ଶୁଣି ଲୋକମାନେ ଗୃହପାଳିତ ପଶୁଙ୍କୁ ମାରି ନାଳନର୍ଦ୍ଦମାରେ ପକାଉଥିଲେ ।/kanak/media/post_attachments/wp-content/uploads/2020/02/ddddddddddassssssssss-300x216.jpg)
କିନ୍ତୁ ପ୍ରଶାସନ ପକ୍ଷରୁ ସଚେତନ କରାଇବା ପରେ ପଶୁମଡ଼କ କମ୍ ହୋଇଛି । ଟ୍ୱିଟରରେ ଏବେ ଏହି ପଶୁଙ୍କ ମାସ୍କ୍ ଲଗା ଫଟୋ ଖୁବ୍ ସେୟାର୍ ହେଉଛି । ଏଭଳି ସମୟରେ ବି ପଶୁଙ୍କ ପାଇଁ ଲୋକମାନେ ସଚେତନ ଏବଂ ମାନବିକତା ଦେଖାଉଥିବାରୁ ପ୍ରଶଂସା କରିଛନ୍ତି ଲୋକେ ।
  
 Follow Us
                            
                        
                            
                            /kanak/media/post_attachments/wp-content/uploads/2020/02/24073346-0-image-a-3_1580375624907-300x180.jpg)
/kanak/media/post_attachments/wp-content/uploads/2020/02/dddd-300x219.jpg)