କନକ ବ୍ୟୁରୋ: ସଙ୍କଟରେ ରାଷ୍ଟ୍ରାୟତ ଉଦ୍ୟୋଗ ବିଏସଏନଏଲ ଓ ଏମଟିଏନଏଲ । ବିଏସଏନଏଲ ଦେଶର ଅଧିକ କ୍ଷତି ସହୁଥିବା ପିଏସୟୁ ହୋଇଛି । ଏହାକୁ ରକ୍ଷା କରିବା ଲାଗି ସରକାର ବେଲଆଉଟ ପ୍ଲାନ ଦେବେ । ସରକାର ୭୪ ହଜାର କୋଟି ଟଙ୍କାର ପ୍ୟାକେଜ ଦେବାକୁ ଚିନ୍ତା କରୁଛନ୍ତି । ଏଥିମଧ୍ୟରେ ରହିବ କର୍ମଚାରୀଙ୍କ ଭିଆରଏସ ପ୍ୟାକେଜ । ବିଏସଏନଏଲର କର୍ମଚାରୀ ଭିଆରଏସ ନେଲେ ଅତିରିକ୍ତ ୫ ପ୍ରତିଶତ ଅଧିକ କ୍ଷତିପୂରଣ ଦିଆଯିବ । ବିଏସଏନଏଲ ହେଉଛି ଦେଶର ସବୁଠାରୁ ବଡ କ୍ଷତିସହୁଥିବା ପିଏସୟୁ ।
୨୦୧୯ ଆର୍ଥିକ ବର୍ଷରେ ଏହି ବିଏସଏନଏଲ ୧୩ ହଜାର ୮୦୪ କୋଟି ଟଙ୍କାର କ୍ଷତି ସହିଛି । ଏମଟିଏନଏଲ ମଧ୍ୟ ପ୍ରାୟ ୩ ହଜାର ୩୯୮ କୋଟିର କ୍ଷତି ସହିଛି । ଗତ ଦଶବର୍ଷ ଧରି ପରିଚାଳନାଗତ ତ୍ରୁଟି ଯୋଗୁଁ ବିଏସଏନଏଲ ଓ ଏମଟିଏନଏଲ କ୍ଷତିରେ ଚାଲୁଛି । ଦୁର୍ବଳ ଟେକ୍ନୋଲଜି ଓ ଅନ୍ୟାନ୍ୟ କାରଣରୁ ଘରୋଇ କମ୍ପାନୀଙ୍କ ସହ ଏହା ତାଳଦେଇ ଚାଲିପାରୁନାହିଁ ।
 image courtesy - www.gizbot.comଏହାକୁ ଦୃଷ୍ଟିରେ ରଖି କର୍ମଚାରୀମାନେ ଦୀର୍ଘଦିନ ହେଲା ବେଲଆଉଟ ପ୍ୟାକେଜ ଦେବାକୁ ଦାବି କରୁଥିଲେ । ଆଉ ଏଥିପାଇଁ ସରକାର ଏବେ ବେଲଆଉଟ ପ୍ୟାକେଜ ଦେବାକୁ ଚିନ୍ତା କରୁଛନ୍ତି । ଏହାଛଡା ଅବସର ସୀମାକୁ ୬୦ରୁ ୫୮ ବର୍ଷ କରିବାକୁ ବି ସରକାର ଚିନ୍ତା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/BSNL.jpg)
/kanak/media/post_attachments/wp-content/uploads/2019/07/Capture-4-300x195.jpg)