କନକ ବ୍ୟୁରୋ: ଦିଲ୍ଲୀ ସରକାରରୁ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଓ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନ ନେବେ ଆତିଶୀ ମାର୍ଲିନା ଓ ସୌରଭ ଭରଦ୍ୱାଜ । ଏହି ଦୁହିଁଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତ କରିବାକୁ ଦସ୍ତାବିଜ୍ ଏଲଜି ବିନୟ ସକ୍ସେନାଙ୍କୁ ପଠାଯାଇଛି ।

Advertisment

ସୂଚନା ମୁତାବକ, ସତ୍ୟେନ୍ଦ୍ର ଜୈନ୍ ଭ୍ରଷ୍ଟାଚାର ମାମଲାରେ ପୂର୍ବରୁ ଜେଲରେ ଅଛନ୍ତି । ରବିବାର ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଶିକ୍ଷାମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫ କରିବା ପରେ ସିସୋଦିଆ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହେଲେ ପ୍ରଥମେ ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟ କହିବା ପରେ ମଙ୍ଗଳବାର ଉଭୟ ମନ୍ତ୍ରୀ କେଜ୍ରିୱାଲ ସରକାରରୁ ଇସ୍ତଫା ଦେଇଛନ୍ତି ।