କନକ ବ୍ୟୁରୋ: ଘସିପୁରାରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଶକ୍ତି ପ୍ରଦର୍ଶନ । ବିଶାଳ ବାଇକ ରାଲିରେ ବାହାରି ନିଜର ପ୍ରଚାରକୁ ଜୋରଦାର କରିଛନ୍ତି ସୌମ୍ୟରଞ୍ଜନ । ଢେଙ୍କିକୋଟ ଜୋନର ବିଭିନ୍ନ ପଞ୍ଚାୟତରେ ସେ ପ୍ରଚାର କରିଛନ୍ତି । ଏହି ଅବସରରେ ସୌମ୍ୟରଞ୍ଜନ ପଟ୍ଟନାୟକ ଦୁର୍ନୀତି ଓ ହିଂସା ମୁକ୍ତ ରାଜନୀତି ତାଙ୍କର ମୂଳ ପ୍ରସଙ୍ଗ ବୋଲି କହିଛନ୍ତି । ଘସିପୁରାବାସୀ ବର୍ତ୍ତମାନ ହିଂସା ଓ ଦୁର୍ନୀତିରେ ଭୟଭୀତ ହୋଇ ରହିଛନ୍ତି । ତାଙ୍କୁ ଏଇ ପରିସ୍ଥିତିରୁ ମୁକ୍ତ କରି ସ୍ୱାଭାବିକ ଜୀବନଯାପନ କରାଇବା ପାଇଁ ସେ ପ୍ରାର୍ଥୀ ହୋଇଛନ୍ତି ବୋଲି କହିଛନ୍ତି ସୌମ୍ୟରଞ୍ଜନ ।
ଘସିପୁରାରେ ସୌମ୍ୟରଞ୍ଜନଙ୍କ ଶକ୍ତି ପ୍ରଦର୍ଶନ । ବାଇକ ରାଲିରେ ଯାଇ କଲେ ପ୍ରଚାର ।
/kanak/media/post_attachments/wp-content/uploads/2024/05/sp-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)