ଇନ୍ଧନ ପାଇଁ ପାକିସ୍ତାନ ପାଖରେ ନାହିଁ ଟଙ୍କା, ୟୁଏଇ ଓ ସାଉଦିରେ ଅଟକାଇଲେ ପାକିସ୍ତାନର ସରକାରୀ ବିମାନ ।

ଇନ୍ଧନ ପାଇଁ ପାକିସ୍ତାନ ପାଖରେ ନାହିଁ ଟଙ୍କା, ୟୁଏଇ ଓ ସାଉଦିରେ ଅଟକାଇଲେ ପାକିସ୍ତାନର ସରକାରୀ ବିମାନ ।

କନକ ବ୍ୟୁରୋ : ବେଶ କିଛି ଦିନ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ସ୍ଥିତି ଏମିତି ହୋଇଛି ଯେ, ପାକିସ୍ତାନର ସବୁଠୁ ବଡ ଏୟାରଲାଇନ୍ସ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସରେ ଇନ୍ଧନ ଭରିବାକୁ ମଧ୍ୟ ସରକାରଙ୍କ ପାଖରେ ଟଙ୍କା ନାହିଁ । ବକେୟା ଇନ୍ଧନ ଟଙ୍କା ନ ଦେବା କାରଣରୁ ସାଉଦି ଆରବ ଓ ୟୁଏଇ ପାକିସ୍ତାନର ସରକାରୀ ବିମାନକୁ ଅଟକାଇଥିବା ସୂଚନା ମିଳିଛି ।

ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ପୂର୍ବରୁ ପ୍ରତିଦିନ ୨୩ଟି ବିମାନ ଉଡୁଥିବା ବେଳେ ଏବେ ଏହା ୧୬କୁ ହ୍ରାସ ପାଇଛି । ଇନ୍ଧନ ପାଇଁ ଟଙ୍କା ନ ମିଳିବା କାରଣରୁ ଅନେକ ବିମାନ ଉଡାଣକୁ ରଦ୍ଦ କରାଯାଇଛି । ସେହିଭଳି ବିମାନ ନିର୍ମାତା କମ୍ପାନୀ ବୋଇଙ୍ଗ ଓ ଏୟାରବସ ମଧ୍ୟ ବିମାନରେ ଲାଗୁଥିବା ବିଭିନ୍ନ ସରଞ୍ଜାମ ଦେବାକୁ ମଧ୍ୟ ମନା କରୁଛନ୍ତି । କାରଣ ଏହି ସରଞ୍ଜାମ କିଣିବାକୁ ମଧ୍ୟ ପାକିସ୍ତାନ ପାଖରେ ଟଙ୍କା ନାହିଁ । ବିମାନର କମ ଉଡାଣ କାରଣରୁ ଏୟାରଲାଇନ୍ସ କମ୍ପାନିକୁ ମଧ୍ୟ ପ୍ରବଳ କ୍ଷତି ସହିବାକୁ ପଡୁଛି ।

ପାକିସ୍ତାନର ସରକାରୀ ଏୟାରଲାଇନ୍ସର ସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ବିଦେଶରେ ମଧ୍ୟ ପାକିସ୍ତାନକୁ ହଲାପଟା ହେବାକୁ ପଡୁଛି । ସାଉଦି ଓ ୟୁଏଇରେ ବିମାନକୁ ରୋକାଯିବା ପରେ ପାକିସ୍ତାନ ପକ୍ଷରୁ ଲିଖିତ ଭାବେ ଟଙ୍କା ଦେବାକୁ ଆଶ୍ୱସନା ମିଳିଥିଲା । ଏହାପରେ ଉକ୍ତ ୨ ବିମାନକୁ ଉଡାଣ ପାଇଁ ଅନୁମତି ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe