ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକ୍ରମେ ସାଉଦି ଆରବର କ୍ରାଉନ୍ ପ୍ରିଂସ ମହମ୍ମଦ ବିନ୍ ସଲମାନ୍ ବିନ୍ ଅବଦୁଲ ଅଜିଜ୍ ଅଲ ସାଉଦ୍ ସାଉଦି ଜେଲରେ ବନ୍ଦ ଥିବା ୮୫୦ ଭାରତୀୟ କଏଦୀଙ୍କୁ ମୁକ୍ତ କରିବା ପାଇଁ ଆଦେଶ ଦେଇଛନ୍ତି । ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରବିଶ କୁମାର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରିଛନ୍ତି କି, “ଆଉ ଏକ ବଡ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକ୍ରମେ ସାଉଦି ଆରବର ଯୁବରାଜ ଭାରତୀୟ ହଜ ଯାତ୍ରୀଙ୍କ ସଂଖ୍ୟା ବଢ଼ାଇ ୨ଲକ୍ଷ କରିଦେଇଛନ୍ତି ।”

Advertisment

publive-image

ସୂଚନାଯୋଗ୍ୟ, ସାଉଦି ଆରବ ଭାରତ ପାଇଁ ଆବଣ୍ଟିତ ହଜ୍ କୋଟାରେ ପାଖାପାଖି ୨୫ ହଜାରର ବୃଦ୍ଧି କରିଥିଲେ, ଯଦ୍ୱାରା ଏହା ଏବେ ୨ଲକ୍ଷ ହୋଇଯାଇଛି । ଗତ ବର୍ଷ ୧,୭୫, ୦୨୫ ଲୋକ ହଜରେ ଯାଇଥିଲେ । ହଜ କୋଟାରେ ବୃଦ୍ଧିରେ ବଡ ଉପଲବ୍ଧି ମାନି ଅଳ୍ପସଂଖ୍ୟକ କାର୍ଯ୍ୟ ମନ୍ତ୍ରୀ ମୁଖତାର ଅବାସ ନକଭି କହିଛନ୍ତି କି, ସାଉଦି ଆରବର ବାଦଶାହ ଓ ଯୁବରାଜଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଭଲ ସଂପର୍କର ପରିଣାମ କି ୪ବର୍ଷରେ ଲଗାତାର ହଜ କୋଟାରେ ବୃଦ୍ଧି ହୋଇଛି ଏବଂ ଏହା ୨ଲକ୍ଷ ହୋଇଯାଇଛି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଉଦି ଆରବର ଯୁବରାଜ ମୋହମ୍ମଦ ବିନ୍ ସଲମାନଙ୍କ ମଧ୍ୟରେ ବୁଧବାର ଦିନ ବିସ୍ତୃତ ଆଲୋଚନା ହୋଇଛି । ଯାହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ପର୍ଯ୍ୟଟନ ସମେତ କେତେକ କ୍ଷେତ୍ରରେ ଦ୍ୱିପାକ୍ଷିକ ନିବେଶ ପାଇଁ ୫ଟି ସହମତି ଜ୍ଞାପନ ପତ୍ରରେ ହସ୍ତାକ୍ଷର କରାଯାଇଛି । ବିଦେଶ ମନ୍ତ୍ରାଳୟଙ୍କ କହିବାନୁସାରେ, ଜାତୀୟ ନିବେଶ ଓ ସଂରଚନା କୋଷରେ ନିବେଶ କରିବା ଉପରେ ଭାରତ ସରକାର ଓ ସାଉଦି ଆରବର ସରକାର ମଧ୍ୟରେ ସହମତି ପତ୍ରରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଓ ସାଉଦି ଆରବର ଶକ୍ତି ଏବଂ ଶିଳ୍ପ ଓ ଖଣିଜ ସଂସାଧନ ମନ୍ତ୍ରୀ ଖାଲିଦ୍ ଅଲ ଫଲିହ ହସ୍ତାକ୍ଷର କରିଛନ୍ତି ।