ସାଉଦି ଆରବ ରାଜକୁମାର ଦେଇଥିଲେ ସାମ୍ବାଦିକ ଜମାଲ ଖସୋଗୀ ହତ୍ୟା ପାଇଁ ଅନୁମତି । ଆମେରିକା ଗୁଇନ୍ଦା ଦେଲା ରିପୋର୍ଟ ।

162

କନକ ବ୍ୟୁରୋ: ସାଉଦି ଆରବ ରାଜକୁମାର ଦେଇଥିଲେ ସାମ୍ବାଦିକ ଜମାଲ ଖସୋଗୀ ହତ୍ୟା ପାଇଁ ଅନୁମତି । ଏପରି ସୂଚନା ଦେଇଛି ଆମେରିକା ଗୁଇନ୍ଦା । ତୁର୍କୀ ଇସ୍ତାନବୁଲ ସ୍ଥିତ ସାଉଦି ଆରବ ଦୂତାବାସରେ ହୋଇଥିଲା ସାମ୍ବାଦିକ ଜମାଲ ଖସୋଗିଙ୍କ ହତ୍ୟା କରାଯାଇଥିଲା । ତୁର୍କୀ ଇସ୍ତାନବୁଲ ସ୍ଥିତ ସାଉଦି ଆରବ ଦୂତାବାସରେ ସାମ୍ବାଦିକ ଜମାଲ ଖସୋଗିଙ୍କ ହତ୍ୟାକାଣ୍ଡକୁ ନେଇ ଆମେରିକା ଏହି ସାଂଘାତିକ ତଥ୍ୟ ଦେଇଛି ।

ସାମ୍ବାଦିକ ଜମାଲ ଖସୋଗିଙ୍କ ହତ୍ୟାରେ ସାଉଦି ଆରବର ରାଜକୁମାର ମହମ୍ମଦ ବିନ୍ ସଲମାନ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ସେ ହିଁ ଇସ୍ତାନବୁଲର ସାଉଦି ଦୁତାବାସରେ ସାମ୍ବାଦିକ ଖସୋଗିଙ୍କୁ ଧରିବା କିମ୍ବା ହତ୍ୟା କରିବା ମିଶନକୁ ଅନୁମୋଦନ ଦେଇଥିଲେ । ଏନେଇ ଆମେରିକାର ଗୁଇନ୍ଦା ରିପୋର୍ଟରେ ଦାବି କରାଯାଇଛି ।