ପବିତ୍ର ମଦିନା ନଗରୀରେ ବିପୁଳ ପରିମାଣର ସୁନା ଓ ତମ୍ବା ଖଣିର ସନ୍ଧାନ ମିଳିଥିବା ସାଉଦି ଆରବର ଘୋଷଣା

Advertisment
ପବିତ୍ର ମଦିନା ନଗରୀରେ ବିପୁଳ ପରିମାଣର ସୁନା ଓ ତମ୍ବା ଖଣିର ସନ୍ଧାନ ମିଳିଥିବା ସାଉଦି ଆରବର ଘୋଷଣା

କନକ ବ୍ୟୁରୋ : ପବିତ୍ର ମଦିନା ନଗରୀରେ ବିପୁଳ ପରିମାଣର ସୁନା ଓ ତମ୍ବା ଖଣିର ସନ୍ଧାନ ମିଳିଥିବା ସାଉଦି ଆରବ ଘୋଷଣା କରିଛି । ଟୁଇଟ କରି ସାଉଦି ଜିଓଲୋଜିକାଲ ସର୍ଭେ ଏହି ସୂଚନା ଦେଇଛି । ମଦିନା ଅଂଚଳର ଆବା-ଅଲ-ରାହା ସୀମାରେ ସୁନା ଓ ତମ୍ବା ପଥରର ବଡ ଖଣି ଥିବା ଜଣାପଡିଛି । ସେହିପରି ମଦିନାର ଅଲ ଫରା ଅର୍ନ୍ତଗତ ଅଲ ମଦିକରେ ମଧ୍ୟ ଖଣିର ସନ୍ଧାନ ମିଳିଛି । ସାଉଦି ଆରବ କହିଛି ନୂଆ ଖଣିର ମିଳିବା କେବଳ ଦେଶ ନୁହେଁ ବିଦେଶୀ ନିବେଶକାରୀମାନଙ୍କୁ ଆକର୍ଷିତ କରିବା ସହ ଅର୍ଥନୀତି ବିକାଶ ପ୍ରତି ଅବଦାନ ଦେବ ।ପ୍ରାୟ ୪ହଜାର ନିଯୁକ୍ତି ଏହା ଯୋଗୁଁ ସୃଷ୍ଟି କରାଯାଇପାରିବ ।ସୂଚନା ଅନୁସାରେ ସାଉଦି ଆରବରେ ୫ହଜାର ୩ଶହ ଖଣି ରହିଛି । ଧାତବ, ଅଣଧାତବ, ରତ୍ପ ପଥର ଓ ଲୁହାର ଖରି ରହିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe