ଛୋଟ ଟାଇଟ୍ ଡ୍ରେସ୍ ପିନ୍ଧିଲେ ଏବଂ ସାର୍ବଜନୀନ ସ୍ଥାନରେ ଅଶାଳୀନ ଆଚରଣ କଲେ ଲାଗିବ ମୋଟାଅଙ୍କର ଜରିମାନା ! ନାଗରିକଙ୍କ ସହ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଲାଗୁ ହେଲା କଡ଼ା ନିୟମ

590

ସାଉଦି ଆରବ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକ ଏବଂ ନାଗରିକଙ୍କ ପାଇଁ କିଛି କଡା ନିୟମ ଘୋଷଣା କରାଯାଇଛି । ସାର୍ବଜନୀନ ସ୍ଥାନରେ ଅଶାଳୀନ , ଅଭଦ୍ର ବ୍ୟବହାର ଏବଂ ଟାଇଟ୍ ପୋଷାକ ପିନ୍ଧୁଥିବା ଲୋକଙ୍କ ଉପରେ ଏହି ଜରିମାନା ଲଗାଯିବା ପାଇଁ ଘୋଷଣା କରାଯାଇଛି । ଏହି ଘୋଷଣା ବିଦେଶୀ ପର୍ଯ୍ୟଟକଙ୍କୁ ଭିସା ଦେବାର ଗୋଟିଏ ଦିନ ପରେ ଘୋଷଣା କରାଯାଇଛି । ଏହି ଇସଲାମିକ୍ ଦେଶ ପକ୍ଷରୁ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପ୍ରଥମଥର ଭିସା ଦେବାକୁ ଘୋଷଣା କରାଯାଇଥିଲା । ପେଟ୍ରୋଲିୟମ୍ ର ମାନ୍ଦା ବଜାରରୁ ବାହାରିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା । ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମରେ କୁହାଯାଇଛି ଯେ ପୁରୁଷ ଏବଂ ମହିଳା ସାର୍ବଜନୀନ ସ୍ଥାନରେ ଅଶାଳୀନ ପୋଷାକର ବ୍ୟବହାର ନ କରନ୍ତୁ । ସାଉଦି ଆରବକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ ଏହି ନିୟମ ପାଳନ କରିବାକୁ ବାଧ୍ୟ ।

ତେବେ ୪୯ ଟି ଦେଶର ନାଗରିକଙ୍କୁ ଇ-ଭିସାର ସୁବିଧା ଦିଆଯାଇଛି । ଯେଉଁଥିରେ ଆମେରିକା,ୟୁରୋପ ଏବଂ ଅଷ୍ଟ୍ରେଲିୟା ଭଳି ଦେଶ ସାମିଲ୍ ରହିଛି । ନୂଆ ନିୟମ ମୁତାବକ , ଉଭୟ ମହିଳା ଏବଂ ପୁରୁଷଙ୍କ ଟାଇଟ୍ ଫିଟିଙ୍ଗ୍ ଡ୍ରେସ୍ ପିନ୍ଧିବାର ଅନୁମତି ଦିଆଯାଉନାହିଁ । ଏହାଛଡା ପୋଷାକରେ ଆପତ୍ତିଜନକ ସନ୍ଦେଶ କିମ୍ବା ଫଟୋ , ମହିଳାଙ୍କୁ ନିଜ କାନ୍ଧ ଏବଂ ଆଣ୍ଠୁ ଦେଖାଯାଉନଥିବା କପଡା ପିନ୍ଧିବାକୁ ପଡିବ । ପର୍ଯ୍ୟଟନ ମନ୍ତ୍ରାଳୟ ନିଜ ୱେବସାଇଟ୍ ରେ ଏହି ସନ୍ଦେଶ ଦେଇଛନ୍ତି । କିଛି ଦିନ ପୂର୍ବରୁ ରିୟାଦ୍ ସପିଙ୍ଗ୍ ମଲ୍ ବାହାରେ ହାଇହିଲ୍ ସହ ଟାଇଟ୍ ଅରେଞ୍ଜ ଟପ୍ ଏବଂ ଟ୍ରାଉଜର୍ ପିନ୍ଧିଥିବା ଜଣେ ମହିଳା ସାଉଦି ଆରବରେ ହଲଚଲ ମଚାଇ ଦେଇଥିଲେ । ମହିଳାଙ୍କ ନାଁ ମଶେଲ୍ ଅଲ୍ ଜାଲୋଦ ବୋଲି ଜଣାପଡିଥିଲା । ଏହାକୁ ନେଇ ସାଉଦି ଆରବରେ ଅନେକ ବିବାଦ ମଧ୍ୟ ଦେଖାଦେଇଥିଲା ।