ସାଉଦି ଆରବ ଓସାମା ବିନ୍ ଲାଦେନର ପୁଅ ହମଜା ବିନ୍ ଲାଦେନର ନାଗରିକତା ରଦ୍ଦ କରିଦେଇଛି । ସାଉଦି ଆରବର ସରକାରୀ ଗେଜେଟରେ ପ୍ରକାଶିତ ସୂଚନାରେ କୁହାଯାଇଛି କି, ସାଉଦି ଆରବ ଏକ ସାହି ଆଦେଶ ଜରିଆରେ ନଭେମ୍ବରରେ ତାହାର ନାଗରିକତା ରଦ୍ଦ କରିଦେଇଥିଲା । କିନ୍ତୁ ଏହା କୁହାଯାଇନାହିଁ କି, ଏହି ଆଦେଶକୁ ଏବେ କାହିଁକି ସାର୍ବଜନୀନ କରାଯାଇଛି । ସାଉଦି ଆରବ ଏହି ଘୋଷଣା ଆମେରିକୀୟ ସରକାରଙ୍କ ସେହି ଉପସ୍ଥାପନା ପରେ କରିଛି, ଯେଉଁଥିରେ ଆମେରିକା ହମଜା ବିଷୟରେ ସୂଚନା ଦେବା ପାଇଁ ୧୦ଲକ୍ଷ ଆମେରିକୀୟ ଡଲାର ଦେବାର ଘୋଷଣା କରିଥିଲା । ଆମେରିକା ଅନୁସାରେ, ଓସାମା ବିନ୍ ଲାଦେନର ପୁଅ ହମଜା ବିନ୍ ଲାଦେନ୍, ଏହି ଦିନ ଆମେରିକା ଉପରେ ଆକ୍ରମଣର ଷଡଯନ୍ତ୍ର ରଚୁଛି । ହମଜା ନିଜ ପିତାର ମୃତ୍ୟୁର ପ୍ରତିଶୋଧ ଆମେରିକା ଠାରୁ ନେବାକୁ ଚାହୁଁଛି । ସୁରକ୍ଷା ଏଜେନ୍ସିଙ୍କ ଠାରୁ ମିଳିଥିବା ତଥ୍ୟ ପରେ ଆମେରିକା ଏହି ଘୋଷଣା କରିଛି । ଶୁକ୍ରବାର ଦିନ ଆମେରିକାର ବିଦେଶ ମନ୍ତ୍ରଳାଳୟ ଏହି ପୁରସ୍କାର ରାଶିର ଘୋଷଣା କରିଛି । ଓସାମାକୁ ପାକିସ୍ତାନରେ ମେ ୨୦୧୧ରେ ଆମେରିକୀୟ ସେନା ମାରିଦେଇଥିଲେ ।
ଗୁପ୍ତ ସୂତ୍ର ଅନୁସାରେ, ହମଜା ଗତ କିଛି ବର୍ଷ ହେବ ଲୁଚି ରହିଛି । ଏବଂ ଏହା ପାକିସ୍ତାନ, ଆଫଗାନିସ୍ତାନ, ସିରିୟା କିମ୍ବା ପୁଣି ଇରାନରେ ହୋଇଥାଇପାରେ । ଇରାନରେ ସେ ନଜରବନ୍ଦୀ ଥିବା ଆଶା କରାଯାଉଛି । ଏହା କୁହାଯାଏ କି, ହମଜା ଏବେ ଅଲକାଏଦାରେ ବହୁତ ଉଚ୍ଚ ପଦରେ ପହଂଚିଯାଇଛି ଓ ଏବେ ସେ ନିଜ ପିତାର ପ୍ରତିଶୋଧ ବି ନେଇପାରେ । ଆମେରିକାର ସୁରକ୍ଷା ବିଭାଗର ଅଧିକାରୀ କହିଛନ୍ତି କି, ଆମେରିକୀୟ ନେତା ନିଜ କାମ ପାଇଁ ଗମ୍ଭୀର ଅଛନ୍ତି । ଅଲକାଏଦା ଅନେକ ସମୟରୁ ଶାନ୍ତ ଅଛି, କିନ୍ତୁ ଏହା କେବଳ ଏକ ରଣନୈତିକ ନିରବତା ନା ହି ଆତ୍ମସମର୍ପଣ । ଅଲକାଏଦା ପାଖରେ ଏବେ ବି ଆକ୍ରମଣ କରିବାର କ୍ଷମତା ଏବଂ ସେ ଏମିତି କରିବା ପାଇଁ ଚିନ୍ତା କରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/BN-WR063_3l0Qr_OR_20171219051514.jpg)
/kanak/media/post_attachments/wp-content/uploads/2019/03/lead_720_405-300x169.jpg)