କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଅଲ୍ ନିର୍ମାଣ କରୁଛନ୍ତି ସ୍ୱପ୍ନର ସହର। ଭାରତ ପାଇଁ ଏଥିପାଇଁ ଖାସ ଜାଣନ୍ତୁ...

କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଅଲ୍ ନିର୍ମାଣ କରୁଛନ୍ତି ସ୍ୱପ୍ନର ସହର। ଭାରତ ପାଇଁ ଏଥିପାଇଁ ଖାସ ଜାଣନ୍ତୁ...

କନକ ବ୍ୟୁରୋ: ସାଉଦି ଆରବର ପ୍ରଧାନମନ୍ତ୍ରୀ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଅଲ୍ ସାଉଦର ରାଜଧାନୀ ରିଆଦରେ ନିଜର ସ୍ୱପ୍ନର ସହର ନିର୍ମାଣ କରିବାକୁ ଯାଉଛନ୍ତି । ଏହି ମେଗା ପ୍ଲାନର କାମର ଶୁଭାରମ୍ଭ ହୋଇସାରିଛି । ବିଶ୍ୱର ସବୁଠାରୁ ବଡ ଆଧୁନିକ ସହରର ବିକାଶ ପାଇଁ ସେ ନ୍ୟୁ ମୁରବାବ କମ୍ପାନୀର ଶୁଭାରମ୍ଭ ନେଇ ଘୋଷଣା କରିଥିଲେ । ଏକ ରିପୋର୍ଟ ଅନୁସାରେ ଏହା ସହରର ନିର୍ମାଣ କାମ ଆଗାମୀ ୭ ବର୍ଷ ମଧ୍ୟରେ ଶେଷ ହେବ ।

୨୦୩୦ ସୁଦ୍ଧା ଏହି ପ୍ରକଳ୍ପର କାମ ଶେଷ ହୋଇଯିବ । ଦେଶର ଜିଡିପି ୧୮୦ ବିଲିୟନ ସାଉଦି ରିଆଲ ଅର୍ଥାତ ପାଖାପାଖି ୪୮.୬ ବଲିୟନ ଡଲାର ଯୋଡାଯିବା ପାଇଁ ଚିନ୍ତା କରାଯାଇଛି । ଭାରତ ପାଇଁ ଏହା ସ୍ୱପ୍ନର ସହର । କାରଣ ଏଥିପାଇଁ ଖାସ ହୋଇଥାଏ ଯେ ଏହାର ନିର୍ମାଣ କାମରେ ଲକ୍ଷ ଲକ୍ଷ ଭାରତୀୟ କାମ କରୁଛନ୍ତି । ଏମାନଙ୍କୁ ମଧ୍ୟ ଏଥିରୁ ବହୁତ ବଡ ଫାଇଦା ମିଳିବ ।

୮ ଶହ ଅରବ ଡଲାରର ସହର: ସାଉଦି ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନ ଏହି ମେଗା ପ୍ରକଳ୍ପ ଜରିଆରେ ଚାହୁଁଛନ୍ତି ଯେ, ରାଜଧାନୀ ରିଆଦର ଆକାର ଏବଂ ଏଠାରେ ରହୁଥିବା ଲୋକଙ୍କ ସଂଖ୍ୟାକୁ ୨୦୩୦ ସୁଦ୍ଧା ଦ୍ୱିଗୁଣିତ କରାଯିବ । ଏଥିପାଇଁ ସେ ଦେଶରେ ନୂଆ ଯୋଜନା ଆରମ୍ଭ କରିଛନ୍ତି । ରିଆଦରେ ଡାଉନଟାଉନ ଅଞ୍ଚଳରେ ବିକାଶ କରିବା ପାଇଁ ପାଖାପାଖି ୮ ଶହ ଅରବ ଡଲାର ନିବେଶ କରିବା ପାଇଁ ଯାଉଛନ୍ତି ।

ସହରରେ ରହିଛି ଏମିତି ବ୍ୟବସ୍ଥା: ଏହି ସ୍ୱପ୍ନର ସହରରେ ଗୋଟିଏ ନୂତନ ଉନ୍ନତ ଜ୍ଞାନକୌଶଳ ଥିବା ବିଶ୍ୱବିଦ୍ୟାଳୟ, ଗୋଟିଏ ସଂଗ୍ରହାଳୟ ରହିବ । ସହର ମଧ୍ୟରେ ସାଂସ୍କୃତିକ ଏବଂ ମନୋରଞ୍ଜନସ୍ଥଳକୁ ବୃଦ୍ଧି କରାଯିବ । ଏଠାରେ ଗୋଟିଏ ଅନେକ ସୁବିଧା ଥିବା ଥିଏଟର ମଧ୍ୟ ରହିବ । ମେଗା ସିଟି ପ୍ରୋଜେକ୍ଟ ରିଆଦର ୧୯ ବର୍ଗ କିଲୋମିଟର କ୍ଷେତ୍ରରେ ଏହା ରହିବ । ଏଥିପାଇଁ ଏକ କମ୍ପାନୀ ମଧ୍ୟ ଦୁଇ ଦିନ ତଳେ ଆରମ୍ଭ କରାଯାଇଛି ।

ନ୍ୟୁ ମୁରବାବ ପ୍ରକଳ୍ପ: ସାଉଦିକୁ ଆଶା ରହିଛି ଏହି ସହର ହେବା ଦ୍ୱାରା ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିବ । ସାଉଦି ୟୁଏଇର ଦୁବାଇ ଏବଂ ଆବୁଧାବିର ବରକ୍ସରେ ଗୋଟିଏ ମହାନଗର ନିଗମ ନିର୍ମାଣ କରିବାକୁ ଚାହୁଁଛି । ଏହି ପ୍ରକଳ୍ପରେ ଅତ୍ୟାଧୁନିକ ସୁଖ, ସୁବିଧା ଥିବା ଏକ ସହର ପ୍ରତିଷ୍ଠା ହେବ । ଏହାର ନାମକରଣ ନିୟୋମ ରଖାଯାଇଛି । ଏହି ପ୍ରକଳ୍ପରୁ ସାଉଦିକୁ ବଡ ଆଶା ରହିଛି ।

ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ: ସାଉଦି ଆରବର ରାଜଧାନୀ ରିଆଦର ଏହି ମେଗା ପ୍ରକଳ୍ପ ପାଇଁ ୩.୩୪ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ । ଏଥିରେ ଭାରତୀୟଙ୍କ ସଂଖ୍ୟା ସବୁଠାରୁ ଅଧିକ । ସେଠାରେ ବର୍ତ୍ତମାନ ୨୫ ଲକ୍ଷରୁ ଅଧିକ ଭାରତୀୟ କାମ କରୁଛନ୍ତି । ଏହି ପ୍ରକଳ୍ପରେ କାମ କରିବାକୁ ଥିବା ଲୋକଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe