କନକ ବ୍ୟୁରୋ: ଭାରତରେ ବଡ଼ ଧରଣର ନିବେଶ କରିବ ସାଉଦି ଆରବ । ଭାରତରେ ଶହେ ବିଲିୟନ ଡଲାରର ନିବେଶ ପାଇଁ ଯୋଜନା ଥିବା ସୂଚନା ଦେଇଛନ୍ତି ନୂଆଦିଲ୍ଲୀରେ ଥିବା ସାଉଦି ଆରବର ରାଷ୍ଟ୍ରଦୂତ ଡକ୍ଟର ସଉଦବିନ୍ ମହମ୍ମଦ । ସେ କହିଛନ୍ତି ଯେ, ନିବେଶ ପାଇଁ ଭାରତ ଏକ ଉପଯୁକ୍ତ ସ୍ଥାନ ପାଲଟିଛି । ଆଉ ବିଭିନ୍ନ କ୍ଷେତ୍ରରେ ତାଙ୍କ ଦେଶ ଭାରତରେ ନିବେଶ କରିବାକୁ ଚାହୁଁଛି ।
ବିଶେଷକରି ତୈଳ, ଗ୍ୟାସ୍ ଓ ଖଣିଜ ପରି କ୍ଷେତ୍ରରେ ନିବେଶ କରିବାକୁ ଚାହୁଁଛି ସାଉଦି ଆରବ । ଭାରତ ସହ ଏକ ଦୀର୍ଘକାଳୀନ ଭାଗିଦାରୀ ପାଇଁ ତାଙ୍କ ଦେଶ ବିଚାର କରୁଛି ବୋଲି ରାଷ୍ଟ୍ରଦୂତ କହିଛନ୍ତି । ଭାରତ ସାଉଦିଆରବ ଠାରୁ ନିଜ ଆବଶ୍ୟକତାର ୧୭ ପ୍ରତିଶତ ଅଶୋଧିତ ତୈଳ ଓ ୩୨ ପ୍ରତିଶତ ଏଲପିଜି ଆମଦାନୀ କରିଥାଏ । ଭାରତ ଓ ସାଉଦି ଆରବ ମଧ୍ୟରେ ଏବେ ପ୍ରାୟ ୩୪ ବିଲିୟନ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟ ହୋଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/ARAB.jpg)
/kanak/media/post_attachments/wp-content/uploads/2019/09/jpg-300x225.jpg)