Abdullah Abduljabar Vice President of Al-Ghadha Parks looks at a tree in the world's largest saxaul botanical garden, in Unayzah, Al Qassim Province, Saudi Arabia, February 13, 2022. Picture taken February 13, 2022. REUTERS/Ahmed Yosri
କନକ ବ୍ୟୁରୋ : ସାଉଦି ଆରବ ଏପରି ଏକ ଦେଶ ଯାହାର ଚାରିପାଖକୁ ମରୁଭୂମୀ ଘେରି ରହିଛି । ଏଠାରେ ବର୍ଷାର ସମ୍ଭାବନା ଖୁବ୍ କମ୍ । ଏଠାରେ ବୃକ୍ଷ-ଲତା ବି ଖୁବ୍ କମ୍ ରହିଛି । କାରଣ ଏହାର ଅଧିକାଂଶ ଅଞ୍ଚଳ ମରୁଭୂମୀ ହୋଇଥିବାରୁ ଏଠାରେ ସବୁଜ ବୃକ୍ଷ-ଲତା ଦେଖିବାକୁ ମିଳେନାହିଁ । କିନ୍ତୁ ସାଉଦିଆରବର ଜଣେ ପରିବେଶବିତ୍ ଅବ୍ଦୁଲ୍ଲା ଅବ୍ଦୁଲଜବାର ମରୁଭୂମୀକୁ ସବୁଜ କ୍ଷେତ୍ରରେ ପରିଣତ କରିବା ପାଇଁ ଏବଂ ମରୁଭୂମୀରେ ଗରମରୁ ରକ୍ଷା ପାଇବା ପାଇଁ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ଗଛ ଲଗାଇ ସୃଷ୍ଟି କରିବାକୁ ଯାଉଛନ୍ତି କ୍ଲାଇମେଟ୍ ଡିଫେନ୍ସ ସିଷ୍ଟମ ।
ମରୁଭୂମୀରେ ସାକ୍ସାଉଲ ନାମକ ଏକ ଗଛ ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳେ । ଇଏ ଏପରି ଏକ ଗଛ, ଯାହାକୁ ବିନା ପାଣିରେ ଅତ୍ୟଧିକ ଗରମ ପରିବେଶରେ ବଞ୍ଚିବାର କ୍ଷମତା ରଖିଥାଏ । ମରୁଭୂମୀରେ ଏହି ଗୋଟିଏ ଗଛ ଦେଖିବାକୁ ମିଳିଥାଏ । କିନ୍ତୁ ଏହାକୁ କେହି ଧ୍ୟାନ ଦେଇନଥାନ୍ତି । ଅବଦୁଲ୍ଲା ଏବେ ଏହି ଗଛର ଚାରାକୁ ମରୁଭୂମୀରେ ଅଧିକରୁ ଅଧିକ ଲଗାଇବାର ପ୍ରୟାସ ଆରମ୍ଭ କରିଛନ୍ତି । ଏହାଦ୍ୱାରା ମରୁଭୂମୀରେ ଗରମରୁ ରକ୍ଷା ମିଳିବା ସହ । ମଇଁସି ଗାଇଙ୍କ ପାଇଁ ଚାରା ଅତି ସହଜରେ ମିଳିପାରିବ । କେବଳ ଏତିକି ନୂହେଁ, ଏହି ଗଛରୁ ସୁଖିଲା ଜାଳେଣି ମଧ୍ୟ ମିଳିପାରିବ ବୋଲି ଅବଦ୍ଦୁଲା କହିଛନ୍ତି । ଏହି ଗଛ ମାସ ମାସ ଧରି ବିନା ପାଣିରେ ଜୀବିତ ରହିପାରିବ । ୫୮ଡିଗ୍ରୀ ସେଲସିୟସ ତାପମାତ୍ରାକୁ ବି ସହିବର କ୍ଷମତା ରହିଛି ଏହି ଗଛ ପାଖରେ । ଏହି ଗଛ ଲଗାଇବା ଦ୍ୱାରା ସବୁଠୁ ବଡ ଫାଇଦା ମିଳିବ, ଯେତେବେଳେ ମରୁଭୂମୀରେ ଝଡ ଆସିବ । ଏହି ଗଛର ଚେର ବାଲିକୁ ବାନ୍ଧିକି ରଖିବ, ଯାହାଦ୍ୱାରା ଝଡ ଆସିଲେ ବାଲି ଉଡିବାର ପ୍ରଭାବ କମ୍ ହୋଇଯିବ । କିନ୍ତୁ ଏଥିପାଇଁ ପ୍ରଚୁର ପରିମାଣରେ ସାକ୍ସାଉଲ ଗଛ ଲଗାଇବାକୁ ପଡିବ । ବର୍ତମାନସୁଦ୍ଧା ୪ହଜାର କୋଟି ସାକ୍ସାଉଲ ଗଛ ଲଗାଇବା ପାଇଁ ଯୋଜନା ରହିଛି ।
Follow Us