କନକ ବ୍ୟୁରୋ: ଭିକାରୀଙ୍କୁ ବିମାନରୁ ଓହ୍ଲାଇଲା ପାକିସ୍ତାନ । ୧୬ ଜଣ ଭିକାରୀ ତୀର୍ଥଯାତ୍ରୀ ବେଶରେ ଆରବ ଯାଉଥିବାବେଳେ, ତାଙ୍କୁ ବିମାନ ବନ୍ଦରରେ ଅଟକାଇ ବିମାନରୁ ଓହ୍ଲାଇଛି ପାକିସ୍ତାନ । ମିଳିଥିବା ସୂଚନା ମୁତାବକ, ପାକିସ୍ତାନରୁ ସାଉଦି ଆରବ ଯାଉଥିବା ଏକ ବିମାନରେ ୧୬ ଜଣ ଭିକାରୀ ତୀର୍ଥଯାତ୍ରୀ ବେଶରେ ଯାତ୍ରା କରୁଥିଲେ । ସେମାନେ ସାଉଦି ଆରବରେ ଭିକ ମାଗିବାକୁ ପାକିସ୍ତାନରୁ ଯାଉଥିଲେ । ହେଲେ ସେହି ସମୟର ପାକିସ୍ତାନର ଯାଞ୍ଚ ଏଜେନ୍ସି ଏଫଆଇଏ ତାଙ୍କୁ ମୁଲତାନ ଏୟାରପୋର୍ଟରେ ଅଟକାଇ ତାଙ୍କୁ ବିମାନରୁ ଓହ୍ଲାଇଛି ।
ଏହି ୧୬ ଜଣ ଭିକାରୀଙ୍କ ଭିତରେ ୧୧ ଜଣ ମହିଳା ଥିବାବେଳେ, ୪ ଜଣ ପୁରୁଷ ଏବଂ ଜଣେ ଛୋଟ ପିଲା ସାମିଲ ଅଛନ୍ତି । ଇମିଗ୍ରେସନ୍ ପ୍ରୋସେସ୍ ସମୟରେ ଏଫଆଇଏ ଅଧିକାରୀ ତାଙ୍କ ଉପରେ ସନ୍ଦେହ କରି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ସୂଚନା ମୁତାବକ, ଜଣେ ଏଜେଣ୍ଟ ସାହାଯ୍ୟରେ ଏହି ଭିକାରୀମାନେ ସାଉଦି ଆରବ ଯାଉଥିଲେ । ସେଠାକୁ ଯାଇ ସେମାନେ ଭିକ ମାଗି ଟଙ୍କା ରୋଜଗାର କରିଥାନ୍ତେ । ଏଜେଣ୍ଟ ଜଣକ ମଧ୍ୟ ଉକ୍ତ ଲୋକମାନଙ୍କ ଠାରୁ କମିଶନ୍ ପାଇଥାନ୍ତା ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/10/Saudi-Arabia-Bound-Flight-16-Beggars-Offloaded.webp)