ଉଗ୍ର ହେଲା ଇରାନ-ଆମେରିକା ବିବାଦ । ପରିଣାମ ଭୋଗିଲା ସାଉଦି ଆରବ, ଆକ୍ରମଣରେ ଉଡିଲା ଦୁଇଟି ତେଲ ଟ୍ୟାଙ୍କର ।

536

ଆମେରିକା-ଇରାନ ମଧ୍ୟରେ ତିକ୍ତତା ବଢୁଥିବା ବେଳେ ଏହାର ପରିଣାମ ଅନ୍ୟ ଭୋଗୁଛନ୍ତି ଅନ୍ୟ ଦେଶ । ଦୁଇ ଦେଶ ମଧ୍ୟରେ ସର୍ମ୍ପକ ଏଭଳି ସ୍ତରରେ ପହଞ୍ଚିଛି ଯେ, କୌଣସି ମୁହୂର୍ତ୍ତରେ ଉଭୟ ଉଭୟଙ୍କ ଉପରେ ଆକ୍ରମଣ କରିପାରନ୍ତି । ୨ ଦେଶ ମଧ୍ୟରେ ବଢୁଥିବା ତିକ୍ତତାର ପରିଣାମ ଏବେ ସାଉଦି ଆରବକୁ ଭୋଗିବାକୁ ପଡିଛି । ୟୁଏଇର ତଟୀୟ କ୍ଷେତ୍ର ଫୁଜୈରାରେ ସାଉଦି ଆରବର ୨ଟି ତେଲ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି । କିନ୍ତୁ କିଏ ଆକ୍ରମଣ କରିଛି ତାହା ଏଯାଏଁ ୟୁଏଇ ପକ୍ଷରୁ ସ୍ପଷ୍ଟ ହୋଇନାହିଁ ।

ସାଉଦି ଆରବର ଶକ୍ତି ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଆକ୍ରମଣରେ ତାଙ୍କର ୨ଟି ତେଲ ଜାହାଜରେ ବିପୁଳ ପରିମାଣର କ୍ଷତି ହୋଇଛି । ଏହି ୨ ଜାହାଜ ଆରବ ସାଗର ପାର କରୁଥିବା ବେଳେ ଏହା ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ପଛରେ ଆମେରିକାର ହାତ ଥିବା କୁହାଯାଉଛି । କାରଣ ଇରାନ ସହ ସର୍ମ୍ପକ ବିଗିଡିଲା ପରେ ଇରାନର ସମୁଦ୍ର କ୍ଷେତ୍ରରେ ଯାତାୟତ କରୁଥିବା ଜାହାଜ ଗୁଡିକକୁ ଟାର୍ଗେଟ କରିବା ନେଇ ସଂକେତ ଦେଇଥିଲା ।

ଏହି ଆକ୍ରମଣ ପଛରେ କିଏ ରହିଛି ତାହାର ଯାଞ୍ଚ କରିବାକୁ ଏବେ ଇରାନ ଦାବି କରିଛି । ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବା ପରେ ଏବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିପାଇଁ ଯୁଦ୍ଧ ଜାହାଜ, ବୋମାବର୍ଷଣକାରୀ ବିମାନ, ଡିଫେନ୍ସ ମିସାଇଲ ସିଷ୍ଟମ ନିଜ ସାମରିକ ଘାଟିରେ ମୁତୟନ କରିଛି । ଏଭଳି କରି ଇରାନ ଉପରେ ଚାପ ପକାଇବାକୁ ପ୍ରୟାସ କରୁଛି ଆମେରିକା । ୨୦୧୫ରେ ଉଭୟ ଦେଶ ମଧ୍ୟରେ ଥିବା ସର୍ମ୍ପକରେ ଭଟ୍ଟା ପଡିଥିଲା । ଇରାନ ସହ ହୋଇଥିବା ଆଣିବକ ଚୁକ୍ତି ଭାଙ୍ଗିବା ସହ ପ୍ରତିବନ୍ଧକ ଲଗାଇଥିଲା ଆମେରିକା । ଏପରିକି ଇରାନ ଠାରୁ ତେଲ କିଣୁଥିବା ୮ଟି ଦେଶ ଉପରେ ଚାପ ପକାଇ ତେଲ ବ୍ୟବସାୟ ମଧ୍ୟ ବନ୍ଦ କରିବାରେ ସକ୍ଷମ ହୋଇଥିଲା ଆମେରିକା ।