ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠାରେ କରୋନା ଲକ୍ଷଣ: ଡାକ୍ତରଖାନାରେ ଭର୍ତି ପରେ ସତ୍ୟେନ୍ଦ୍ର ଜୈନଙ୍କ ହେଲା କୋଭିଡ ପରୀକ୍ଷା; ଜ୍ୱର ଓ ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ଅସୁସ୍ଥ

161

କନକ ବ୍ୟୁରୋ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କ ଠାରେ କୋଭିଡ ଲକ୍ଷଣ । ଜ୍ୱର ଓ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରିବା ପରେ ତାଙ୍କୁ ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତି କରାଯାଇଛି । ଏହାସହ ତାଙ୍କର କରୋନା ପରୀକ୍ଷା ମଧ୍ୟ ହୋଇଛି । ଏବେ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏନେଇ ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ ମଧ୍ୟ ଟ୍ୱିଟ କରି ସୂଚନା ଦେଇଛନ୍ତି ।

 

ଏବଂ ପ୍ରତି ଅପଡେଟ ନେଇ ଅବଗତ କରିବେ ବୋଲି ଲେଖିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଟ୍ୱିଟ କରିଛନ୍ତି । ଏବଂ ନିଜର ସ୍ୱାସ୍ଥ୍ୟକୁ ଖାତିର ନକରି ୨୪ଘଂଟା ଲୋକଙ୍କ ସେବାରେ ନିୟୋଜିତ ଥିବା ଲେଖିଛନ୍ତି । ଏହାସହ ତାଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହାପୂର୍ବରୁ ଅରବିନ୍ଦ ଜେକ୍ରିୱାଲ ମଧ୍ୟ ଅସୁସ୍ଥ ହୋଇଥିଲେ । ତେବେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲେ ମଧ୍ୟ ରିପୋର୍ଟ ନେଗେଟିଭ ଆସିଥିଲା ।

Comments are closed.