ଆଜି ଲୋକାର୍ପିତ ହେବ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ । ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

277

କନକ ବ୍ୟୁରୋ: ସତ୍ୟବାଦୀ ଠାରେ ଆଜି ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ ସୌଧର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସତ୍ୟବାଦୀରେ ସଜେଇ ହୋଇଛି ଓଡ଼ିଆ ବିଶ୍ୱବିଦ୍ୟାଳୟ । ପଞ୍ଚସଖା କ୍ରୀଡ଼ାଙ୍ଗନ ପରିସରରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ୩୦ କୋଟି ଖର୍ଚ୍ଚରେ ୯ ଏକର ଜାଗାରେ ନିର୍ମିତ ହୋଇଛି । କ୍ୟାଣ୍ଟିନ, ହଷ୍ଟେଲ, ଶ୍ରେଣୀଗୃହ ଇତ୍ୟାଦିର ନିର୍ମାଣ କରାଯାଇଛି । ଓଡ଼ିଆ ବିଶ୍ୱବିଦ୍ୟାଳୟର ୩ଟି ବିଭାଗରେ ବିଭିନ୍ନ ଜିଲ୍ଲାରୁ ୭୧ ଜଣ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ନାମଲେଖା ସହ ଶିକ୍ଷାଗ୍ରହଣ କରୁଛନ୍ତି । ୨୦୨୦ରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ କାମ ଆରମ୍ଭ ହୋଇଥିବା ବେଳେ ୪ବର୍ଷରେ ଏହାର ନିର୍ମାଣ କାମ ସରିଛି ।