ପୁଣି ମୋଦୀ ସରକାର ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ ସତ୍ୟପାଲ ମଲ୍ଲିକ । କହିଲେ , ୨୦୨୪ ନିର୍ବାଚନରେ ନିଶ୍ଚୟ ହାରିବ ବିଜେପି

1,546

କନକ ବ୍ୟୁରୋ: ବିଜେପି ସରକାରଙ୍କୁ ଟାର୍ଗେଟ କଲେ ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ୨୦୨୪ ଲୋକସଭା ନିର୍ବାଚନ ଏବଂ ବିରୋଧୀଙ୍କ ଏକତାକୁ ନେଇ ସାରା ଦେଶରେ ରାଜନୈତିକ ଉଷ୍ମତା ମଧ୍ୟରେ ତାଙ୍କ ବୟାନ ଚର୍ଚ୍ଚା ସୃଷ୍ଟି କରିଛି । ବିରୋଧୀଙ୍କୁ ସମର୍ଥନ କରି ମୋଦୀଙ୍କ ବିପକ୍ଷରେ ଟ୍ୱିଟ କରିଛନ୍ତି ସତ୍ୟପାଲ । ସେ ଟୁଇଟ କରିଛନ୍ତି, ସତ୍ୟକୁ ସାମ୍ନା କର । ଇଡ଼ି ଏବଂ ସିବିଆଇ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ୨୦୨୪ରେ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ଦଳର ପରାଜୟ ନିଶ୍ଚିତ ବୋଲି ସେ କହିଛନ୍ତି । ସାହସର ସହ କେନ୍ଦ୍ର ସରକାରଙ୍କ ଏହି ଏଜେନ୍ସିଙ୍କୁ ସାମ୍ନା କରିବା ଉଚିତ ବୋଲି ସେ କହିଛନ୍ତିି । ୬ ମାସ ପରେ ସେମାନଙ୍କର ପରାଜୟ ନିଶ୍ଚିତ ବୋଲି ସେ କହିଛନ୍ତି ।