ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେଲେ ସତ୍ୟପାଲ ! ରାଜଭବନରେ ହାଇକୋର୍ଟର ମୁଖ୍ୟ ବିଚାରପତି କରାଇଲେ ଶପଥପାଠ

Advertisment
ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେଲେ ସତ୍ୟପାଲ ! ରାଜଭବନରେ ହାଇକୋର୍ଟର ମୁଖ୍ୟ ବିଚାରପତି କରାଇଲେ ଶପଥପାଠ

କନକ ବ୍ୟୁରୋ : ଶପଥ ନେଲେ ସତ୍ୟପାଲ । ଓଡିଶାର ନୂଆ ରାଜ୍ୟପାଳ ଭାବେ ଆଜି ସତ୍ୟପାଲ ମଲ୍ଲିକ ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ସତ୍ୟପାଲଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଶପଥପାଠ କରାଇଛନ୍ତି । ରାଜଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଶ୍ରୀ ମଲିକ ଶପଥ ଗ୍ରହଣ କରିଛନ୍ତି। ବିହାରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଓଡିଶାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏଣିକି ବିହାର ସମେତ ଓଡିଶାର ଦାୟିତ୍ୱ ତୁଲାଇବେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ।

publive-imageଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ବିହାର ରାଜ୍ୟପାଳ ସତ୍ୟପାଲ୍ ମଲିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରଦୀପ ଅମାତ ସ୍ୱାଗତ ଜଣାଇ ଥିଲେ। ଏହା ପରେ ଶ୍ରୀ ମଲ୍ଲିକ ରାଜଭବନ ଅଭିମୁଖେ ଯାଇଥିଲେ। ଓଡ଼ିଶା ରାଜ୍ୟପାଳ ଏସ୍ ସି ଜମିରଙ୍କ କାର୍ୟ୍ୟକାଳ ଶେଷ ହେବା ପରେ ବିହାର ରାଜ୍ୟପାଳ ସତ୍ୟପାଲଙ୍କୁ ଓଡ଼ିଶାର ଅତିରିକ୍ତ ଦାୟିତ୍ୱ ମିଳିଛି। ଏ ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହୋଇଛି।

ବିହାର ରାଜ୍ୟପାଳ ଶ୍ରୀ ମଲ୍ଲିକ ଉତ୍ତରପ୍ରଦେଶ ବାସିନ୍ଦା। ଗତ ବର୍ଷ ସେପ୍ଟେମ୍ବର ୩୦ରେ ସେ ବିହାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ ସେ ରାଜ୍ୟସଭା ଓ ଲୋକସଭା ସାଂସଦ ଭାବେ କାର୍ୟ୍ୟ କରିଛନ୍ତି। ୭୧ ବର୍ଷିଅ ସତ୍ୟପାଲ୍ ଗତବର୍ଷ ବିହାରର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ସେ ପ୍ରଥମ ଥର ଲାଗି ୧୯୭୪ରେ ଉତ୍ତରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୦ରୁ ୧୯୮୬ ଏବଂ ପୁଣି ୧୯୮୬ରୁ ୧୯୯୨ ପର୍ୟ୍ୟନ୍ତ ୨ ଥର ସେ ରାଜ୍ୟସଭା ସଭ୍ୟ ଥିଲେ। ୧୯୮୯ରେ ସେ ଜନତା ଦଳ ପ୍ରାର୍ଥୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କୁ କେନ୍ଦ୍ରମନ୍ତ୍ରୀ ପଦ ମଧ୍ୟ ମିଳିଥିଲା। ବିହାର ରାଜ୍ୟପାଳ ନିଯୁକ୍ତ ହେବା ସମୟରେ ସେ ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe