ଭୁବନେଶ୍ୱର ସତ୍ୟନଗରକୁ କଂଟେନମେଂଟ ଅଂଚଳ ଘୋଷଣା କଲା ବିଏମସି: ଯିବା ଆସିବା ଉପରେ ଲାଗିଲା କଟକଣା; ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବ ପ୍ରଶାସନ

766

କନକ ବ୍ୟୁରୋ: ସତ୍ୟନଗର ଅଚଂଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ଫଳରେ ସତ୍ୟନଗର ଓ ଏହାର ଆଖାପାଖ ଅଂଚଳକୁ ସିଲ କରାଯାଇଛିା ଏହି ଅଚଂଳରେ ଲୋକଙ୍କୁ ଘର ବାହାରିବା ଉପରେ କଟକଣା ଜାରି କରାଯାଇଛି । ସତ୍ୟନଗର ଛକରୁ ବିଗବଜାର ଛକ, କାଳି ମନ୍ଦିର ଛକ, କାଳି ମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର, ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ କ୍ୱାର୍ଟସ, ପିଡବ୍ଲୁଡି ଡିଭିଜନ -୨ ଓ କ୍ୱାର୍ଟସ କମ୍ପେ୍ଲକ୍ସ ଓ ଅନ୍ୟ ଅଂଚଳକୁ ଅବରୋଧ ଅଂଚଳ ଭାବେ ଘୋଷଣା କରାଯାଇଛି । ଏହି ଅଂଚଳର ସମସ୍ତ ସରକାର ଓ ବେସରକାରୀ ଅଫିସ ବନ୍ଦ ରହିବ । ତେବେ ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡିକାଲ ସହାୟତା କାମ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

କରୋନା ସଂକ୍ରମଣ ରୋକିବା ଲାଗି ବିଏମସି ଏଭଳି ପଦକ୍ଷେପ ନେଇଛି । ସତ୍ୟନଗର ଛକରୁ କାଳୀମନ୍ଦିର ଛକ, କାଳୀ ମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ କ୍ୱାଟର୍ସ, ସତ୍ୟନଗର ଛକରୁ ବିଗବଜାର ରୋଡ଼କୁ ସିଲ କରାଯାଇଛି । ଏହି ଅଂଚଳ ଭିତରକୁ କାହାକୁ ଛଡ଼ାଯିବନାହିଁ, କିମ୍ବା କେହି ଏହି ଅଂଚଳରୁ ବାହାରକୁ ଯାଇପାରିବେ ନାହିଁ । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।

ଅତ୍ୟାବଶ୍ୟକ ସାମଗ୍ରୀ ବିଏମସି ପକ୍ଷରୁ ଯୋଗାଇଦିଆଯିବ ବୋଲି ସ୍ପଷ୍ଟ କରାଯାଇଛି । ଗତକାଲି ଆଇବି ଅଫିସକୁ ସିଲ କରାଯାଇଥିବାବେଳେ ସେହି ଅଫିସର ଜଣେ କର୍ମଚାରୀଙ୍କ କ୍ଵାଟର ସତ୍ୟନଗରରେ ହୋଇଥିବାବେଳେ ସେହି ଅଂଚଳକୁ ସିଲ କରାଯାଇଛି ।