କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେଲେ ବହୁ ଚର୍ଚ୍ଚିତ ସାରଥୀଙ୍କ ପାଳିତ ପୁଅ ସତ୍ୟମ ରାଉଳ । ଶନିବାର ବିଳମ୍ବିତ ରାତିରେ ପାରାଦୀପର ନୂଆଗଡ଼ ପଞ୍ଚାୟତର ବାଲିଡିଆ ଗାଁରେ ଧୁମଧାମରେ ବିବାହ ସମ୍ପନ୍ନ ହୋଇଛି ।
ଗ୍ରାମର ଅଶୋକ ସେନାପତିଙ୍କ ଝିଅଙ୍କୁ ସତ୍ୟ ବୈଦିକ ରୀତିନୀତିରେ ବିବାହ କରିଛନ୍ତି । ବିବାହକୁ ସାରଥୀ ଆସିବେ ବୋଲି ପ୍ରବଳ ଭିଡ଼ ଜମିଥିଲା । କିନ୍ତୁ ସାରଥୀ ସମାରୋହରେ ସାମିଲ ହୋଇନଥିଲେ ।