ପୋଲିସ ସେବାରୁ ଅବସର ନେଲେ ସତ୍ୟଜିତ୍ ମହାନ୍ତି । ଆଜି ଗ୍ରହଣ କରିବେ ନୂଆ ଦାୟିତ୍ୱ

Advertisment
ପୋଲିସ ସେବାରୁ ଅବସର ନେଲେ ସତ୍ୟଜିତ୍ ମହାନ୍ତି । ଆଜି ଗ୍ରହଣ କରିବେ ନୂଆ ଦାୟିତ୍ୱ

ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ଡକ୍ଟର ସତ୍ୟଜିତ ମହାନ୍ତି ରବିବାର ପୁଲିସ ସେବାରୁ ଅବସର ନେଇଛନ୍ତି। ଏହି ଅବସରରେ ତାଙ୍କ ପାଇଁ ନରାଜଠାରେ ବିଦାୟୀ ପ୍ୟାରେଡ୍‌ର ଆୟୋଜନ କରାଯାଇଥିଲା। ଡକ୍ଟର ମହାନ୍ତି ଉକ୍ତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିବା ସହ ଭୁବନେଶ୍ବରସ୍ଥିତ ଟ୍ରେନିଂ ଏକାଡେମିରେ ଅନୁଷ୍ଠିତ ‌ବିଦାୟ ସଭାରେ ଭାଗ ନେଇଥିଲେ। ଆଜି ସେ ଓପିଏସ୍‌ସିର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ୧୯୮୮ ମସିହା ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଡକ୍ଟର ମହାନ୍ତି କଟକ-ଭୁବନେଶ୍ବର ପୁଲିସ କମିସନର୍‌ ଦାୟିତ୍ବ ସଫଳତାର ସହ ନିର୍ବାହ କରିଥିଲେ।

ତେବେ ପୋଲିସ ସେବାରୁ ଅବସର ଅବସର ନେବା ପୂର୍ବରୁ ଡକ୍ଟର ସତ୍ୟଜିତ ମହାନ୍ତି ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି । ଆଜି ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ । ତେବେ ୧୯୮୮ ବ୍ୟାଚର ଆଇପିଏସ ସତ୍ୟଜିତ ମହାନ୍ତି ପୋଲିସ କମିସନର ଓ ଡିଜିପି ମଧ୍ୟ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe