ଖୋର୍ଦ୍ଧା ସତ୍ୟବ୍ରତ ନାୟକ ହତ୍ୟା ମାମଲା : ସାମ୍ନାକୁ ଆସିଲା ହତ୍ୟା ଅଭିଯୁକ୍ତଙ୍କ ସହ ମାନସ ଦାସର ଫଟୋ

ବିଭିନ୍ନ କାର୍ଯ୍ୟକ୍ରମରେ ମାନସ ଦାସ ସହ ପାଖେ ପାଖେ ଅଛନ୍ତି ହତ୍ୟା ଅଭିଯୁକ୍ତ

176

କନକ ବ୍ୟୁରୋ : ଖୋର୍ଦ୍ଧା ଅଭିମାନପୁର ସତ୍ୟବ୍ରତ ନାୟକ ମୃତ୍ୟୁ ମାମଲାରେ ୬ ଅଭିଯୁକ୍ତଙ୍କ ସହ ମାନସ ଦାସର ଫଟୋ ସାମ୍ନାକୁ ଆସିଛି । ଏହି ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏମାନଙ୍କ ସହ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଫଟୋ ରହିଛି । ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ସ୍ୱପ୍ନେଶ୍ୱର ନାୟକ । ସେ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିଲା । ସ୍ୱପ୍ନେଶ୍ୱରର ପୋଷ୍ଟର ମଧ୍ୟ ସାମ୍ନାକୁ ଆସିଛି । ଅଭିମାନପୁର ଗାଁର ସତ୍ୟବ୍ରତଙ୍କୁ ହତ୍ୟା କରି ପୋଡି ଦେଇଥିଲେ ।

ସତ୍ୟବ୍ରତ ନାଏକଙ୍କୁ କଙ୍ଗାରୁ କୋର୍ଟରେ ନିଷ୍ପତି ହେବାପରେ ପିଟିପିଟି ହତ୍ୟା କରିବା ସହ ପୋଡି ଦିଆଯାଇଥିଲା । ଏହି ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ଗୁରୁଜୀ ମାନଓ ଦାସଙ୍କୁ ଗିରଫ କରିନଥିଲା । ନିର୍ଯାତନାର ଶିକାର ପରିବାର କହିଛନ୍ତି ଏହି ବର୍ବୋରଚିତ ଘଟଣାରେ ସଂପୃକ୍ତ ମାନବବାଦ ସଂଗଠନର ମୁଖ୍ୟ ଗୁରୁଜୀ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସ ମୁଖ୍ୟ କାର୍ପଟଦାର ।