ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସର ଗିରଫଦାରୀ ଘଟଣା : ପ୍ରତିକ୍ରିୟା ରଖିଲେ ହତ୍ୟାକାଣ୍ଡର ଶିକାର ସତ୍ୟବ୍ରତ ନାୟକଙ୍କ ପରିବାର

କହିଲେ ଖୁସି ଅଛୁ, ହେଲେ ଭୟ ବି ଲାଗୁଛି, ବାହାରେ ବୁଲୁଛନ୍ତି ହତ୍ୟାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ

56

କନକ ବ୍ୟୁରୋ : ମାନସ ଦାସ ଓ ପୁଅ ମନୋରଂଜନ ଦାସଙ୍କ ଗିରଫଦାରୀ ପରେ ପ୍ରତିକ୍ରିୟା ରଖିଛନ୍ତି ହତ୍ୟାକାଣ୍ଡର ଶିକାର ହୋଇଥିବା ସତ୍ୟବ୍ରତ ନାୟକଙ୍କ ପରିବାର । କହିଛନ୍ତି ଖୁସି ଅଛୁ, ହେଲେ ଭୟ ବି ଲାଗୁଛି । ବାହାରେ ବୁଲୁଛନ୍ତି ହତ୍ୟାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ । ଅଗଷ୍ଟ ୨ ତାରିଖ ରାତିରେ ଅଭିମାନପୁର ଗାଁର ସତ୍ୟବ୍ରତ ନାଏକ ନାମକ ଜଣେ ଆଦିବାସୀ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ନିଷ୍ପତି ହେବାପରେ ପିଟିପିଟି ହତ୍ୟା କରିବା ସହ ପୋଡି ଦିଆଯାଇଥିଲା । ଏହି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ଗୁରୁଜୀ ମାନସ ଦାସଙ୍କୁ ଗିରଫ କରିନଥିଲା । ମାନବବାଦ ସଂଗଠନର ମୁଖ୍ୟ ଗୁରୁଜୀ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସ ମୁଖ୍ୟ କାର୍ପଟଦାର ବୋଲି ଅଭିଯୋଗ କରିଥିଲେ ମୃତ ସତ୍ୟବ୍ରତଙ୍କ ସମ୍ପର୍କୀୟ ।