ସତ୍ୟବାଦୀ ଅଂଚଳରେ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା ସନ୍ଦେହରେ

ପୁଲିସ ପଂହଚି କରୁଛି ଛାନଭିନ, କାରଣ ଅସ୍ପଷ୍ଟ

271

କନକ ବ୍ୟୁରୋ : ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମୀ ଯୁଗଳ । ଝୁଲନ୍ତା ଅବସ୍ଥାରେ ଗହିର ମଝିରେ ଥିବା ଏକ ଗଛରୁ ଶବ ଉଦ୍ଧାର କରିଛି ସତ୍ୟବାଦୀ ପୋଲିସ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସତ୍ୟବାଦୀ ବ୍ଲକ ଅଳଗୁମ୍ ପଂଚାୟତର ପ୍ରଧାନସାହି ଗାଁରେ । ଯାହାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।

ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇ ଘଟଣାର ଛାନଭିନ୍ ଜାରି ରଖିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିନାହିଁ । ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଠ ରହିଛି । ଝୁଅନ୍ତା ଅବସ୍ଥାରେ ମୃତ ଯୁବକର ହାତ ବନ୍ଧା ହୋଇଥିବାରୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ସତ୍ୟବାଦୀ ଥାନା ପୋଲିସ ।