କେତେଥର ଆମେ ଏଭଳି ସ୍ଥାନକୁ ଯାଇଥାଉ ଯେଉଁଠାରେ ଫୋନ୍ ର ନେଟୱର୍କ ହିଁ ଆସିନଥାଏ । କେତେ ଚେଷ୍ଟା କଲେ ମଧ୍ୟ ଆଉ ଫୋନ୍ ର ବ୍ୟବହାର ଆପଣ କରିପାରନ୍ତି ନାହିଁ । ସେତେବେଳେ ମନରେ ଗୋଟିଏ ପ୍ରଶ୍ନ ମଧ୍ୟ ଆସିଥାଏ ଯେ ଯଦି ହାତରେ ସାଟେଲାଇଟ୍ ଫୋନ୍ ଥାଆନ୍ତା ତେବେ ଏଭଳି ସ୍ଥିତି ଦେଖିବାକୁ ପଡିନଥାନ୍ତା । କିନ୍ତୁ ଆପଣଙ୍କୁ ଏବେ ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ । କାରଣ ଆପଣଙ୍କ ଏହି ସ୍ୱପ୍ନକୁ ମଧ୍ୟ ସାଟ୍ ସ୍ଲିଭ୍ ପୂରଣ କରୁଛି ।
ସାଟସ୍ଲିଭ୍ ହେଉଛି ଏକ ଫୋନ୍ କଭର୍ । ଯାହାକୁ ନିଜ ସ୍ମାର୍ଟଫୋନ୍ ରେ ଲଗାଇବା ପରେ ଆପଣ ହିମାଳୟ ଉପରେ ଥିଲେ ମଧ୍ୟ ଆପଣ ନିଜ ଫୋନକୁ ବ୍ୟବହାର କରିପାରିବେ । ଏଥିରେ ନେଟସ୍ୱର୍କର ଅସୁବିଧା ଆଉ ରହିବ ନାହିଁ ଯେଉଁଥିରେ ଆପଣ କଲିଂଙ୍ଗ୍ ସହ ଇଣ୍ଟରନେଟ୍ ର ସୁବିଧାକୁ ମଧ୍ୟ ଉପଲବ୍ଧ କରିପାରିବେ । ଯଦି ଆପଣ ଜଣେ ଟ୍ରାଭେଲର୍ ତେବେ ଆପଣଙ୍କୁ ଏହି କଭର୍ ବ୍ୟବହାର କରିବା ଆବଶ୍ୟକ ।
ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନ୍ ରେ ସପୋର୍ଟର ଯଦି କଥା କହିବେ ତେବେ କେବଳ ସାମସଙ୍ଗ୍ ଗାଲାକ୍ସି ଏସ୍ ୩,ଏସ୍ ୪, ଏବଂ ଏସ୍ ୫ ରେ ର୍ହି ସପୋର୍ଟ କରିଥାଏ । ଏହାଛଡା ଆଇଫୋନ୍ ୪/୪ ଏସ୍ ରୁ ନେଇ ୬/୬ଏସ୍ ସପୋର୍ଟ କରିଥାଏ । ସାଟେସଲାଇଭ୍ ସହ ସୋଲାର୍ ଚାର୍ଜର ,ରିଚାର୍ଜେବଲ୍ ବ୍ୟାଟେରୀ ବି ଦିଆଯାଏ । ଏହାର ଦାମ୍ ୩୧,୮୪୧ ଟଙ୍କା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/MM.jpg)
/kanak/media/post_attachments/wp-content/uploads/2019/01/how_satsleeve_works_366_200_plus-300x164.png)
/kanak/media/post_attachments/wp-content/uploads/2019/01/meet-the-worlds-first-satellite-android-smartphone-thuraya-x5-touch-300x182.jpg)