ରାଜନୀତିରେ ପ୍ରବେଶ କଲେ ଶତୃଘ୍ନ ସିହ୍ନାଙ୍କ ପୁଅ ଲବ୍ । ବିହାର ବାଙ୍କିପୁର ଆସନରୁ କଂଗ୍ରେସ ଟିକେଟରୁ ଲଢିବେ ନିର୍ବାଚନ

ରାଜନୀତିରେ ଶତୃଘ୍ନ ସିହ୍ନାଙ୍କ ପୁଅ ଲବ୍

325

କନକ ବ୍ୟୁରୋ : ବିହାରରେ ନିର୍ବାଚନ ପୂର୍ବରୁ ଦଳ ବଦଳ, ଟିକେଟ ଭାଗବଣ୍ଟାକୁ ନେଇ ଯେଭଳି ଭାବେ ରାଜନୀତି ଦେଖିବାକୁ ମିଳିଥିଲା ତାହା ଠାରୁ ଆହୁରି ଏକ ଖବର ବିହାର ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଚଳଚିତ୍ର ତାରକା ତଥା କଂଗ୍ରେସର ବରିଷ୍ଠ ନେତା ଶତୃଗ୍ନ ସିହ୍ନାଙ୍କ ପୁଅ ଏବେ ରାଜନୀତିରେ ଯୋଗ ଦେଇଛନ୍ତି । ଖାଲି ରାଜନୀତିରେ ଯୋଗ ଦେଇନାହାନ୍ତି । ସେ କଂଗ୍ରେସ ଟିକେଟ୍ ରୁ ବାଙ୍କିପୁର ଆସନରୁ ବିଧାୟକ ଭାବେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ତାଙ୍କର କିଛି ରାଜନୈତିକ ସ୍ଥିତି ନଥିବା ବେଳେ ସେ ବାପାଙ୍କ ପରିଚୟ ନେଇ ଲୋକମାନଙ୍କ ପାଖକୁ ଯିବାକୁ ଅଣ୍ଟା ଭିଡିଛନ୍ତି ।

ବଲିଉଡ ଷ୍ଟାର ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତୃଘ୍ନ ସିହ୍ନାଙ୍କ ପୁଅ ଲବ୍ ସିହ୍ନା ବିହାର ବିଧାନସଭା ନିର୍ବାଚନର ମାତ୍ର କିଛିଦିନ ପୂର୍ବରୁ ରାଜନୀତିରେ ଯୋଗ ଦେଇଛନ୍ତି । କଂଗ୍ରେସ ତାଙ୍କୁ ପାଟନା ଜିଲ୍ଲାର ବାଙ୍କିପୁର ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରିବ ବୋଲି ଜଣାପଡିଛି । ତାଙ୍କର ପ୍ରତିଦ୍ୱନ୍ଦି ଭାବେ ବରିଷ୍ଠ ବିଜେପି ନେତା ନିତୀନ ନବୀନଙ୍କ ସହ ହେବ । ଏହି ଆସନରେ ବି ପୁଷ୍ପମ୍ ପ୍ରିୟା ଚୌଧୁରୀ ବି ପ୍ରାର୍ଥୀ ହୋଇଛନ୍ତି ।

ଏହି ଆସନରୁ ନିତୀନ ନବୀନ କ୍ରମାଗତ ଭାବେ ୩ ଥର ବିଧାୟକ ହୋଇଛନ୍ତି । ଏହି ଆସନର ବିଜେପିର ଏକ ଗଡ ଭାବେ ପରିଚିତ ହୋଇଥିବା ବେଳେ ନିଜର କିଛି ରାଜନୈତିକ ସ୍ଥିତି ନଥିବା ଲବ୍ ସିହ୍ନା ବାପାଙ୍କ ପରିଚୟରେ ଏଠାରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଶତୃଘ୍ନ ସିହ୍ନା ପାଟନାରୁ ବହୁବାର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ଶତୃଘ୍ନ ସିହ୍ନା ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ସାଟଗନ୍ ନାମରେ ପରିଚିତ ଶତୃଘ୍ନ ସିହ୍ନା ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ । ସେ ବିଜେପିର ଜେଣ ଷ୍ଟାର ପ୍ରଚାରକ ଭାବେ ଗଣତି ହେଉଥିଲେ । ବାଙ୍କିପୁର ଆସନରେ କାୟସ୍ଥା ସଂପ୍ରଦାୟ ଅଧିକ ଭୋଟର ଥିବା ବେଳେ ଲବ୍ ସିହ୍ନା ବି କାୟସ୍ଥ ସଂପ୍ରଦାୟର । ଏହି କାରଣରୁ ଶତୃଘ୍ନ ସିହ୍ନା ତାଙ୍କ ପୁଅକୁ ଏହି ଆସନରୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିଲେ । ୨୦୧୫ ରେ ବିଜେପିର ନିତୀନ ନବୀନ କଂଗ୍ରେସ ପ୍ରାର୍ଥୀ ଆଶିଷ କୁମାରଙ୍କୁ ୪୦ ହଜାର ଭୋଟରେ ପରାଜିତ କରିଥିଲେ । ହେଲେ ଏଥର ନିର୍ବାଚନ ତ୍ରୀକୋଣିୟ ହୋଇଥିବାରୁ ଏଥର କଂଗ୍ରେସ ପ୍ରାର୍ଥୀ ଜିତିବାର ସମ୍ଭାବନା ଅଧିକ ରହିଛି ।