ବିଜେଡିରେ ମିଶୁ ମିଶୁ ସଂତୃପ୍ତ ମିଶ୍ରଙ୍କୁ ଦଳରେ ନୂଆ ଦାୟିତ୍ୱ: ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ କଲା ଶାସକ ଦଳ

304

କନକ ବ୍ୟୁରୋ: ବିଜେଡିରେ ଯୋଗ ଦେଉ ଦେଉ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ । ଶାସକ ଦଳ ବିଜେଡି ସଂତୃପ୍ତଙ୍କୁ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ଦେଇଛି । ସେହିପରି ସଂଜୟ ଦାସ ମହାପାତ୍ରଙ୍କୁ ମୁଖପାତ୍ର ଭାବେ ନିଯୁକ୍ତ କରିଛି ବିଜେଡି । ଆଜି ପୂର୍ବାହ୍ନରେ ବିଜେଡିରେ ସାମିଲ ହୋଇଥିଲେ ଡକ୍ଟର ସଂତୃପ୍ତ ମିଶ୍ର । ରାଜ୍ୟ ସରକାରଙ୍କ ଏକାମ୍ର କ୍ଷେତ୍ର ଯୋଜନାର ପରାମର୍ଶଦାତା କମିଟି ଅଧ୍ୟକ୍ଷ ଥିବା ବିଶିଷ୍ଟ ଶିଳ୍ପପତି ସଂତୃପ୍ତ ମିଶ୍ର ଆଜି ବିଧିବଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଆଦିତ୍ୟ ବିର୍ଲା ଗ୍ରୁପ୍ର ଡାଇରେକ୍ଟର ଅଫ ଗ୍ରୁପ୍ ଏଚ୍ଆର୍ ଭାବେ କାମ କରୁଥିଲେ ସଂତୃପ୍ତ ମିଶ୍ର । ଗତବର୍ଷ ଡିସେମ୍ବର ମାସରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ୨୮ ବର୍ଷ ଧରି ଗ୍ରୁପ୍ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସୁଚାରୁପେ କାର୍ଯ୍ୟ ସଂପାଦନ କରି ଆସୁଥିଲେ । କୁମାର ମଙ୍ଗଲମ୍ ବିର୍ଲାଙ୍କର ମୁଖ୍ୟ କୋର ଟିମ୍ରେ ଦୀର୍ଘଦିନ ଧରି ସେ କାମ କରିଛନ୍ତି । ୧୯୯୫ରେ ମାତ୍ର ୨୮ ବର୍ଷ ବୟସରେ ସେ ଆଦିତ୍ୟ ବିର୍ଲା ଗ୍ରୁପ୍ ସହ ଯୋଡି ହୋଇଥିଲେ । ଗ୍ରୁପ୍ କେମିକାଲ ବ୍ୟବସାୟରେ ସିଇଓ ଭାବେ ମଧ୍ୟ କାର୍ଯ୍ୟରତ ଥିଲେ ।

ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର
ଆଦିତ୍ୟ ବିର୍ଲା ଗ୍ରୁପ୍ର ଡାଇରେକ୍ଟର ଅଫ୍ ଗ୍ରୁପ୍ ଏଚ୍ଆର୍ ଥିଲେ
୨୦୨୩ ଡିସେମ୍ବରରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର
୨୮ ବର୍ଷ ଧରି ଗ୍ରୁପ୍ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଥିଲେ
କୁମାର ମଙ୍ଗଲମ୍ ବିର୍ଲାଙ୍କର ମୁଖ୍ୟ କୋଟ୍ ଟିମ୍ରେ ଦୀର୍ଘଦିନ ଧରି କାମ କରିଛନ୍ତି
୧୯୯୫ରେ ଆଦିତ୍ୟ ବିର୍ଲା ଗ୍ରୁପ୍ ସହ ଯୋଡି ହୋଇଥିଲେ
ଗ୍ରୁପ୍ କେମିକାଲ ବ୍ୟବସାୟରେ ସିଇଓ ଭାବେ କାର୍ଯ୍ୟରତ ଥିଲେ
ମାତ୍ର ୨୮ ବର୍ଷ ବୟସରେ ଆଦିତ୍ୟ ବିର୍ଲା ଗ୍ରୁପ୍ରେ ଯୋଗ ଦେଇଥିଲେ
ରାଜ୍ୟ ସରକାରଙ୍କ ଏକାମ୍ର କ୍ଷେତ୍ର ଯୋଜନାର ପରାମର୍ଶଦାତା କମିଟି ଅଧ୍ୟକ୍ଷ ଥିଲେ