କନକ ବ୍ୟୁରୋ: ସାତକୋଶିଆରୁ ସୁନ୍ଦରୀ ଗଲା, ବାଣ ଫୁଟିଲା । ବାଘୁଣୀ ସୁ୍ନ୍ଦରୀ ସାତକୋଶିଆରୁ ମଧ୍ୟପ୍ରଦେଶକୁ ଫେରିଯିବା ପରେ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ସ୍ଥାନୀୟ ଲୋକେ ବାଣ ଫୁଟାଇ ଏକ ପ୍ରକାର ଉତ୍ସବ ପାଳନ କରିଛନ୍ତି । ସୁନ୍ଦରୀ ଭୟରେ ଛାତ୍ରଛାତ୍ରୀ ସ୍କୁଲ ବି ଯାଇପାରୁନଥିଲେ କିନ୍ତୁ ଏବେ ସେମାନଙ୍କ ଖୁସି କହିଲେ ନସରେ ।
ମହାବଳ ବାଘଙ୍କ ବଂଶ ବୃଦ୍ଧି ଉଦ୍ଦେଶ୍ୟରେ ମଧ୍ୟପ୍ରଦେଶରୁ ସାତକୋଶିଆକୁ ଆସିଥିଲା ବାଘୁଣୀ । କିନ୍ତୁ ଅଭୟାରଣ୍ୟ ଅଂଚଳରେ ଦୁଇ ଦୁଇ ଥର ମଣିଷ ଶିକାର କରିଥିଲା । ଲୋକେ ଅସନ୍ତୋଷ ପ୍ରକାଶ କରିବା ପରେ ସୁନ୍ଦରୀକୁ ଏନକ୍ଲୋଜରକୁ ଅଣାଯାଇଥିଲା । ଏବେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି ମଧ୍ୟପ୍ରଦେଶ ପଠାଯିବାପରେ ଗାଁରେ ଗାଁରେ ଫୁଟିଛି ବାଣି । ସୁନ୍ଦରୀ ଭୟରେ ଛାତ୍ରଛାତ୍ରୀ ସ୍କୁଲ ବି ଯିବା ଆସିବାରେ ଅସୁବିଧା ଭୋଗକରୁଥିଲେ । ସ୍କୁଲ ବି ଠିକ ଭାବେ ଚାଲିନଥିଲା । ତେଣୁ ଛାତ୍ରୀମାନେ ବାଣ ଫୁଟାଇ ଖୁସି ମନାଇଛନ୍ତି ।
ବାଘୁଣୀ ସୁନ୍ଦରୀ ଯୋଗୁଁ ସ୍ଥାନୀୟ ଲୋକଙ୍କ ଭୟଭୀତ ଅବସ୍ଥାରେ ଥିଲେ । ଚାଷ କାମ ବି ପ୍ରଭାବିତ ହୋଇଥିଲା । ଏବେ ସୁନ୍ଦରୀ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟ ଯିବା ପରେ ଲୋକଙ୍କ ଖୁସି କହିଲେ ନ ସରେ । ମଙ୍ଗଳବାରଦିନ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି ଓଡିଶାରୁ ମଧ୍ୟପ୍ରଦେଶ ନିଆଯାଇଛି । ସୁନ୍ଦରୀକୁ ସାତକୋଶିଆର ରାଇଗୁଡାରେ ହୋଇଥିବା ସ୍ୱତନ୍ତ୍ର ଏନକ୍ଲୋଜର ଭିତରେ ରଖାଯାଇଥିଲା ।