ସାତକୋଶିଆରୁ ମଧ୍ୟପ୍ରଦେଶ ଫେରିଲା ବାଘୁଣୀ ସୁନ୍ଦରୀ । ସ୍ଥାନୀୟ ଅଂଚଳର ଲୋକଙ୍କ ଭିତରେ ଦେଖିବାକୁ ମିଳିଲା ଖୁସିର ମାହୋଲ ।

103

କନକ ବ୍ୟୁରୋ: ବାଘୁଣୀ ସୁ୍ନ୍ଦରୀ ସାତକୋଶିଆରୁ ଫେରିଯିବା ପରେ ଏବେ  ସାତକୋଶିଆବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ସ୍ଥାନୀୟ ଲୋକେ ବାଣ ଫୁଟାଇ ଏକ ପ୍ରକାର ଉତ୍ସବ ପାଳନ କରିଛନ୍ତି । ମହାବଳ ବାଘଙ୍କ ବଂଶ ବୃଦ୍ଧି ଉଦ୍ଦେଶ୍ୟରେ  ମଧ୍ୟପ୍ରଦେଶରୁ ସାତକୋଶିଆକୁ ଆସିଥିଲା ବାଘୁଣୀ ସୁନ୍ଦରୀ । କିନ୍ତୁ ସେ ଅଭୟାରଣ୍ୟ ଅଂଚଳରେ ଦୁଇ ଦୁଇ ଥର ମଣିଷ ଶିକାର କରିଥିଲା । ଏହାକୁ ନେଇ ସେଠାରେ ଅସନ୍ତୋଷ ଦେଖାଦେଇଥିଲା ।  ଏହାପରେ ସୁନ୍ଦରୀକୁ ଏନକ୍ଲୋଜରକୁ ଅଣାଯାଇଥିଲା । ଏବେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି ମଧ୍ୟପ୍ରଦେଶ ପଠାଯିବାପରେ ଗାଁରେ ଗାଁରେ ଫୁଟିଛି ବାଣ । ସୁନ୍ଦରୀ ଭୟରେ  ଛାତ୍ରଛାତ୍ରୀ ସ୍କୁଲ ବି ଯାଇପାରୁନଥିଲେ , ସ୍କୁଲ ମଧ୍ୟ ବନ୍ଦ ରହୁଥିଲା । ଏବେ ବାଘୁଣୀ ସୁନ୍ଦରୀ ମଧ୍ୟପ୍ରଦେଶ ଫେରିଯିବା ପରେ କିଛି ଲୋକ  ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ବି ଦେଖିବାକୁ ମିଳିଛି ।