ଅଭିନେତା ତଥା ପ୍ରଯୋଜକ ସତୀଶ୍ କୌଶିକଙ୍କ ନିଆରା ପଦକ୍ଷେପ ! ଏବେ ଲୋକେ ଟ୍ରକରେ ଉଠାଇପାରିବେ ଥିଏଟରର ମଜା ।

Advertisment
ଅଭିନେତା ତଥା ପ୍ରଯୋଜକ ସତୀଶ୍ କୌଶିକଙ୍କ ନିଆରା ପଦକ୍ଷେପ ! ଏବେ ଲୋକେ ଟ୍ରକରେ ଉଠାଇପାରିବେ ଥିଏଟରର ମଜା ।

source : Getty Images

ଭାରତୀୟମାନଙ୍କର ସିନେମା ଏବଂ କଳାକାରଙ୍କ ପ୍ରତି ଏକ ଭିନ୍ନ ଦୁର୍ବଳତା ରହିଛି। ଏଣୁ ବିଶ୍ୱ ଦରବାରରେ ସବୁବେଳେ ଭାରତୀୟ ସିନେମାକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ହୋଇଥାଏ । ସିନେମା ଦେଖିବା ପାଇଁ ବହୁ ଟଙ୍କା ଖର୍ଚ୍ଚ କରି ସିନେମା ହଲ୍ ବା ମଲ୍ଟିପ୍ଲେକ୍ସକୁ ଯିବାକୁ ମଧ୍ୟ ଲୋକ ପଛଘୁଞ୍ଚା ଦେଇ ନଥାନ୍ତି । ଅପରପକ୍ଷରେ ଏବେ ମଧ୍ୟ ଦେଶରେ ଏପରି ଅନେକ ଗ୍ରାମ ରହିଛି ଯେଉଁଠାରେ ସିନେମା ହଲ୍ ନାହିଁ; ଯାହା ଫଳରେ ଲୋକଙ୍କୁ ସିନେମା ଦେଖିବା ପାଇଁ ହଇରାଣ ହେବା ପାଇଁ ପଡ଼ୁଛି। ସେଠାରେ ସିନେମା ହଲ୍ର ସୁବିଧା ନଥିବା ବେଳେ ଇଣ୍ଟରନେଟର ମଧ୍ୟ ସୁବିଧା ରହିନାହିଁ । ଏଭଳି ଗ୍ରାମାଞ୍ଚଳ ପାଇଁ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ଅଭିନତା ଶତୀଶ କୌସିକ୍ ମୋବାଇଲ୍ ଡ଼ିଜିଟାଲ୍ ମୁଭି ଥିଏଟର୍ (ଏମ୍ଡ଼ିଏମ୍ଟି) ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହା ଦ୍ୱାରା ଗ୍ରାମାଞ୍ଚଳ ମାନଙ୍କରେ ଲୋକ କେବଳ ୩୫ ରୁ ୭୫ ଟଙ୍କା ଖର୍ଚ୍ଚରେ ସିନେମା ଦେଖିବାର ମଜା ଉଠାଇ ପାରିବେ।

publive-image

ଏହି ଡ଼ିଜିଟାଲ୍ ମୁଭି ଥ୍ରିଏଟର୍ (ଏମ୍ଡ଼ିଏମ୍ଟି)ରେ ଟ୍ରକ୍ ଗୁଡ଼ିକୁ ସିନେମା ହଲ୍ରେ ପରିଣତ କରାଯାଇଛି। ଏହି ଟ୍ରକ୍ରେ ଏସି ବ୍ୟବସ୍ଥା କରାଯିବା ସହ ଅଗ୍ନି ନିରୋଧକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥି ସହ ବର୍ଷା, ଖରାରୁ ହଲ୍ଟିକୁ ରକ୍ଷା କରିବା ପାଇଁ ସମସ୍ତ ସୁବିଧା କରାଯାଇଛି। ଗାଡ଼ି ମଧ୍ୟରେ ଏକକାଳୀନ ୧୫୦ ଜଣ ବସି ଆରାମରେ ସିନେମା ଦେଖିବାର ସମସ୍ତ ବ୍ୟବସ୍ଥା ରହିଛି।

ସୂଚନା ମୁତାବକ, ବର୍ତ୍ତମାନ ପର୍ୟ୍ୟନ୍ତ ୩୫ଟି ଡ଼ିଜିଟାଲ୍ ମୁଭି ଥ୍ରିଏଟର୍ (ଏମ୍ଡ଼ିଏମ୍ଟି) କୁ ଲଞ୍ଚ କରାଯାଇଥିବା ବେଳେ ଆଗକୁ ୧୫୦ ଟି ଟ୍ରକ୍ ପ୍ରସ୍ତୁତିର ବ୍ୟବସ୍ଥା କରାଯାଇଛି। ସବୁଠାରୁ ମଜାଳିଆ କଥା ହେଉଛି ଏହି ଗାଡ଼ି ଗୁଡ଼ିକର ନାମ ବଲିଉଡ୍ର ପ୍ରସିଦ୍ଧ ଚଳଚ୍ଚିତ୍ର ଅନୁଯାୟୀ, ଯେପରିକି ମିଷ୍ଟର ଇଣ୍ଡିଆ, ବାହୁବଲି , ସେହେନ୍ସା ଏବଂ ଡ଼ନ୍ ଆଦି ରଖାଯାଇଛି ।
publive-image

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ୍ ମଧ୍ୟ ଏହି ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଶତୀଶଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ବ୍ୟବସ୍ଥାକୁ କାର୍ୟ୍ୟକାରୀ କରୁଛନ୍ତି ବୈବସାୟୀ ସୁଶୀଲ୍ ଚୌଧୁରୀ । ଡ଼ିଜିଟାଲ୍ ମୁଭି ଥ୍ରିଏଟର୍ (ଏମ୍ଡ଼ିଏମ୍ଟି) ବିଷୟରେ ଶତୀଶ କହିଛନ୍ତି, ଖାଲି ଚଳଚ୍ଚିତ୍ର ନୁହଁ ଏହି ସିନେମା ହଲ୍ ଶିକ୍ଷା ଏବଂ ସରକାରୀ ବର୍ତ୍ତା ପ୍ରଚାର କରିବାରେ ମଧ୍ୟ ସହାୟକ ହେବ । ନେତା ଏବଂ ରାଜନେତା ଏହା ଦ୍ୱାରା ନିଜର ବାର୍ତ୍ତା ଗ୍ରାମାଞ୍ଚଳରେ ସହଜରେ ପହଞ୍ଚାଇପାରିବେ । ଦିଲ୍ଲୀ, ମୁମ୍ବାଇରେ ଥିବା ବ୍ୟକ୍ତିଙ୍କୁ ଏହା ଦ୍ୱାରା ଦୂରଦୂରନ୍ତର ଗ୍ରାମବାସୀ ଦେଖିବା ସହ ତାଙ୍କ ସହିତ ସଂପର୍କ କରିପାରିବେ । ତେବେ ଦେଖଯାଉ ନିର୍ଦ୍ଦେଶକ ଶତୀଶଙ୍କ ଏହି ଚିନ୍ତାଧାରା କେତେ ଦୂର ସକ୍ଷମ ଏବଂ ସଫଳ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe