ସାମ୍ନାକୁ ଆସିଲା ସତୀଶ କୌଶିକଙ୍କ ଶେଷକଥା । ମ୍ୟାନେଜରଙ୍କୁ କହିଥିଲେ, ମରିବାକୁ ଚାହାଁନ୍ତି ନାହିଁ, ଝିଅ ପାଇଁ ବଞ୍ଚିବାକୁ ଚାହାଁନ୍ତି

230

କନକ ବ୍ୟୁରୋ: ବିଶିଷ୍ଟ ବଲିଉଡ୍ ଅଭିନେତା ସତୀଶ କୌଶିକଙ୍କ ପରଲୋକକୁ ନେଇ ବଲିଉଡ ଶୋକର ଛାୟାରେ ବୁଡି଼ଯାଇଥିବା ବେଳେ ସାମ୍ନାକୁ ଆସିଛି ସତୀଶଙ୍କ ଶେଷକଥା । ଅନ୍ତିମ ମୁହୂର୍ତ୍ତରେ ସେ ମ୍ୟାନେଜରଙ୍କୁ କହିଥିଲେ, ମରିବାକୁ ଚାହୁଁନି, ବରଂ ଝିଅ ପାଇଁ ବଞ୍ଚିବାକୁ ଚାହେଁ । ସେହି ମୃତ୍ୟୁର ରାତିରେ କ’ଣ ଘଟିଥିଲା, କାଳରାତିର କାହାଣୀ କହିଛନ୍ତି ତାଙ୍କ ମ୍ୟାନେଜର ।

  • ସସପେନ୍ସରେ ସତୀଶ କୌଶିକଙ୍କ ମୃତ୍ୟୁ
  • ମୃତ୍ୟୁର କାରଣ ହୃଦଘାତ ନା ଆଉ କିଛି?

ବଲିଉଡ଼ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ଘଟଣାକୁ ନେଇ ବଢ଼ୁଛି ସସପେନ୍ସ । ସତୀଶଙ୍କ ବନ୍ଧୁ ବିକାଶ ମାଲୁଙ୍କ ପତ୍ନୀଙ୍କ ବୟାନ ପରେ ସତିଶଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଆହୁରି ବଢିଛି । ବିକାଶ ମାଲୁଙ୍କ ପତ୍ନୀ କହିଛନ୍ତି, ସତୀଶଙ୍କୁ ହତ୍ୟା କରାଯାଇଛି । ତାହା ପୁଣି ୧୫ କୋଟି ପାଇଁ । ତାଙ୍କ ସ୍ୱାମୀ ବିକାଶ ମାଲୁ ହିଁ ସତୀଶଙ୍କୁ ୧୫ କୋଟି ଟଙ୍କା ପାଇଁ ହତ୍ୟା କରିଛନ୍ତି । ବ୍ୟବସାୟ କ୍ଷେତ୍ରରେ ବିକାଶ ସତୀଶଙ୍କ ଠାରୁ ଟଙ୍କା ନେଇଥିଲେ । ହେଲେ ପରେ ଏହାକୁ ଫେରାଇବା ତାଙ୍କ ପକ୍ଷେ ସମ୍ଭବ ହୋଇନଥିଲା । ତେଣୁ ବିକାଶ ସତୀଶଙ୍କୁ ହତ୍ୟା କରିଥିବା ବିକାଶଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ବିକାଶ ମାଲୁଙ୍କ ପତ୍ନୀଙ୍କ ଠାରୁ ଏପରି ଚାଞ୍ଚଲ୍ୟକର ବୟାନ ରେକର୍ଡ କରିଛି ପୁଲିସ । ଅନ୍ୟପଟେ ବିକାଶ ମାଲୁ ଏହା ପରେ ପ୍ରତିକ୍ରିୟା ରଖିଛନ୍ତି । ସତୀଶ ତାଙ୍କର ଜଣେ ପରିବାରର ସଦସ୍ୟ ଭଳି ଥିଲେ ବୋଲି ବିକାଶ ମାଲୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

  • ସାମ୍ନାକୁ ଆସିଲା ସତୀଶଙ୍କ ଶେଷକଥା!
  • ବଞ୍ଚାଇବା ପାଇଁ କରୁଥିଲେ ଅନୁରୋଧ

ସେଦିନ ରାତିରେ କ’ଣ ହୋଇଥିଲା । କେଉଁ ପରିସ୍ଥିତିରେ ସତିଶଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେହି କାଳରାତ୍ରିର କାହାଣୀ ବର୍ଣ୍ଣନା କରିଛନ୍ତି ସତିଶଙ୍କ ମ୍ୟାନେଜର । ସେ କହିଛନ୍ତି ରାତି ୧୨ଟା୫ରେ ତାଙ୍କୁ ଡାକିଥିିଲେ ସତୀଶ । ନିଃଶ୍ୱାସ ନେବାରେ ଅସୁବିଧା ହୋଇଥିବା କହିଥିଲେ, ତୁରନ୍ତ ଡାକ୍ତର ପାଖକୁ ନେଇଯିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ । ରାସ୍ତାରେ ତାଙ୍କ ଛାତିରେ ଯନ୍ତ୍ରଣା ବଢିବାରେ ଲାଗିଥିଲା । ହସ୍ପିଟାଲ୍ ପହଞ୍ଚିବାର କିଛି ସମୟ ପୂର୍ବରୁ ସତୀଶ ନିସ୍ତେଜ ହୋଇଯାଇଥିଲେ । ନିସ୍ତେଜ ହେବା ପୂର୍ବରୁ ତାଙ୍କ ମନର କଥା କହିଥିଲେ ନିଜ ମ୍ୟାନେଜରଙ୍କୁ କହିଥିଲେ ସତିଶ । ସତୀଶ କହିଥିଲେ, ମୁଁ ମରିବାକୁ ଚାହୁଁନି, ମୋତେ ବଞ୍ଚେଇଦିଅ । ମୋ ଛାତିରେ ଯନ୍ତ୍ରଣା ହେଉଛି । ମୋତେ ତୁରନ୍ତ ହସ୍ପିଟାଲ୍ ନେଇଯାଅ । ମୁଁ ମୋ ଝିଅ ପାଇଁ ବଞ୍ଚିବାକୁ ଚାହୁଁଛି ।ମୁଁ ମରିଯିବିନି ତ, ମୋର କ’ଣ ହୋଇଗଲେ ଝିଅ ଓ ପତ୍ନୀର ଯତ୍ନ ନେବ ।