କନକ ବ୍ୟୁରୋ : ଜଣାଶୁଣା ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ । ୬୭ ବର୍ଷ ବୟସରେ ହୃଦଘାତରେ ସତୀଶଙ୍କର ଦେହାନ୍ତ ହୋଇଛି । ସତୀଶଙ୍କ ପରଲୋକରେ ପୂରା ବଲିଉଡରେ ଶୋକର ଛାୟା ଖେଳିଯାଇଛି । ତେବେ ମୃତ୍ୟୁ ପୂର୍ବରୁ ସତୀଶ ହୋଲି ରଙ୍ଗରେ ରଙ୍ଗୀନ ହୋଇଥିଲେ, ସାଙ୍ଗଙ୍କ ସହ ହୋଲି ଖେଳର ମଜା ଉଠାଇଥିଲେ । ଯାହାର ଫଟୋ ନିଜର ଟ୍ୱିଟର ପେଜରେ ସେୟାର କରିଥିଲେ ସତୀଶ । ଶାବନା ଆଜମୀଙ୍କ ବାସଭବନରେ ହେଉଥିବା ହୋଲି ପାର୍ଟିରେ ସତୀଶ କେବଳ ସାମିଲ ହୋଇନଥିଲେ ବରଂ ମନଭରି ହୋଲିକୁ ଉପଭୋଗ କରିଥିଲେ । ଆଉ ଏହି ଖେଳ ସମୟରେ ବେଶ ଖୁସିଥିବାର ନଜର ଆସିଥିଲେ ସତୀଶ ।
Colourful Happy Fun #Holi party at Janki Kutir Juhu by @Javedakhtarjadu @babaazmi @AzmiShabana @tanviazmi.. met the newly wed beautiful couple @alifazal9 @RichaChadha.. wishing Happy Holi to everyone 🌹🌹🌹🌺🌺🌺🌺 #friendship #festival #Holi2023 #colors pic.twitter.com/pa6MqUKdku
— satish kaushik (@satishkaushik2) March 7, 2023
ନବ ଦମ୍ପତି ରିଚା ଚଢା ଓ ଅଲ୍ଲୀ ଫୈଜଲଙ୍କ ସହ ସତୀଶ ହୋଲି ଖେଳିଥିବାର ଫଟୋ ସେୟାର କରିଥିଲେ । ସେହିଭଳି ମହିମା ଚୌଧୁରୀ ଓ ଜାଭେଦ ଅଖତରଙ୍କ ସହ ଫଟୋ ଉଠାଇ ମଜାମସ୍ତି କରୁଥିବାର ନଜର ଆସିଥିଲେ । ଟ୍ୱିଟ୍ ଜରିଆରେ ସମସ୍ତଙ୍କୁ ହୋଲିର ଶୁଭକାମନା ମଧ୍ୟ ଦେଇଥିଲେ ସତୀଶ । କିନ୍ତୁ ହସଖୁସିରେ ହୋଲି ଖେଳୁଥିବା ସତୀଶଙ୍କର ଏହା ଯେ ଶେଷ ହୋଲି ହେବ ତାହା କେହି କେବେ କଳ୍ପନା ମଧ୍ୟ କରିନଥିଲେ ।
Satish a man full of warmth love and humour was like a brother to me since almost forty years . He was twelve years younger than me . Satish ji , it was not your turn . pic.twitter.com/s1dUUlBlQy
— Javed Akhtar (@Javedakhtarjadu) March 9, 2023
ଅନ୍ୟପଟେ ସତୀଶଙ୍କର ଦେହାନ୍ତରେ ଜାଭେଦ ଅଖତର ଟ୍ୱିଟ୍ କରି କହିଛନ୍ତି, ଦୀର୍ଘ ୪୦ ବର୍ଷ ହେବ ସତୀଶଙ୍କ ସହ ମୋର ଭାଇ ଭଳି ସମ୍ପର୍କ ଥିଲା । ସେ ମୋ ଠାରୁ ୧୨ ବର୍ଷ ସାନ ମଧ୍ୟ ଥିଲା । ତେଣୁ ଏତେ ଜଲଦି ପରପାରିକୁ ଯିବାର ନଥିଲା ।
ସତୀଶ ଏକାଧାରରେ ଜଣେ ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ । ବହୁ ଚଳଚ୍ଚିତ୍ର ଲାଗି ସେ ଚିତ୍ରନାଟ୍ୟ ମଧ୍ୟ ରଚନା କରିଥିଲେ । ସତୀଶ କୌଶିକ ୧୯୫୬ ମସିହା ଏପ୍ରିଲ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଛାତ୍ର ଜୀବନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା । କଲେଜ ଶିକ୍ଷା ଶେଷ ପରେ ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଓ ପୁନେର ଏଫଟିଆଇଆଇରେ ଅଧ୍ୟୟନ କରିଥିଲେ । ବଲିଉଡ଼ ଫିଲ୍ମ ମିଷ୍ଟର ଇଣ୍ଡିଆ, ଦିୱାନା ମସ୍ତାନା, ରାମଲକ୍ଷ୍ମଣ, ସାଜନ ଚଲେ ଶଶୁରାଲ ଛବିରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ସେ ୨ଥର ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ଲାଭ କରିଥିଲେ ।