ନୂଆ ବର୍ଷରେ ପିକନିକର ନୂଆ ଠିକଣା ପାଲଟିଛି ମାଲକାନଗିରିର ସତୀଗୁଡା । ସବୁଜ ବନାନୀ ଭିତରେ ଜଳଭଣ୍ଡାରରେ ବୋଟିଂ ପାଇଁ ବନ ବିଭାଗ କରିଛି ସବୁ ପ୍ରକାର ବ୍ୟବସ୍ଥା

190

କନକ ବ୍ୟୁରୋ : ଆମ ରାଜ୍ୟରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି । ସେଗୁଡିକ ମଧ୍ୟରୁ ଅନେକ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମଧ୍ୟ ପାଇ ସାରିଛି । ଆଉ ଏବେ ନିତି ନୁଆ ନୁଆଁ ସ୍ଥାନ ପ୍ରତି ପର୍ଜ୍ୟଟକଙ୍କ ଚାହିଦା ବାଢିବା ରେ ଲାଗିଛି । ଆଉ ଏହି କ୍ରମରେ ମାଲକନଗିରି ସତିଗୁଡା ସ୍ଥିତ ପରିବେଶୀୟ ଉଦ୍ୟାନ କୁ ପରିବେଶ ପ୍ରେମୀଙ୍କ ଭିଡ ଜମିବାରେ ଲାଗିଛି । ସେଠାକାର ଜଳଭଣ୍ଡାର ସହ ପାହାଡ ଓ ସବୁଜ ବନାନୀ ମଧ୍ୟ ରେ ଗଡି ଉଠି ଥିବା ଇକୋ ପାର୍କ ଦେଖି ଲାଗି ପର୍ଜ୍ୟଟକଙ୍କ ସୁଅ ଛୁଟିଛି । ବିଶେଷ କରି ସେଠାରେ ନୁତନ କରି ଆରମ୍ଭ ହୋଇଥିବା ଇକୋ କଟେଜ ରେ ସମୟ ବିତାଇବା ପର୍ଜ୍ୟଟକଙ୍କ ପ୍ରଥମ ପସନ୍ଦ ପାଲୋଟିଛି ।

ନୂଆ ବର୍ଷରେ ପିକନିକ୍ର ନୂଆ ଠିକଣା । ବଣ ଜଙ୍ଗଲ ଓ ଜଳଭଣ୍ଡାର ଘେରା ପ୍ରାକୃତିକ ପରିବେଶ । ଆଉ ଏ ସୁନ୍ଦର ଦୃଶ୍ୟ ହେଉଛି ମାଲକନଗିରି ଇକୋ ପାର୍କର । ସତିଗୁଡା ଜଳଭଣ୍ଡାରର ବିସ୍ତିରଣ ଜଳରାଶୀ । ଆଉ ଜଳଭଣ୍ଡାର ଆରପଟେ ସବୁଜ ବନାନୀ ଘେରା ପରିବେଶୀୟ ଉଦ୍ୟାନ । ବନ ବିଭାଗ ପକ୍ଷରୁ ଏଠାରେ ପିଲାଙ୍କ ଖେଳ କୁଦ ଠାରୁ ଆରମ୍ଭ କରି ପିକନିକ କି ଛୋଟ ମୋଟ ପାର୍ଟି କରିବା ଲାଗି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଆଉ ଏହି ସବୁଜ ବାନାନୀ ଭିତରେ ପ୍ରକୃତି କୋଳରେ ବୋଟିଙ୍ଗ କରି ସେଳ୍ଫିର ମଜା ନିଅନ୍ତି ପର୍ଯ୍ୟଟକ ।

ଚଳିତ ବର୍ଷ ସତୀଗୁଡାକୁ ରଙ୍ଗବେରଙ୍କର ଆଲୋକମାଳାରେ ସଜେଇ ଦେଇଛି ବନବିଭାଗ । ଯାହା ସଂଧ୍ୟାରେ ପର୍ଯ୍ୟଟକଙ୍କ ମନୋରଂଜନ କରୁଛି । ସତୀଗୁଡାର ସୂର୍ଯ୍ୟାସ୍ତ ଦେଖିବାକୁ ସବୁ ବେଳେ ଏଠାରେ ପ୍ରକୃତି ପ୍ରେମୀଙ୍କ ଭିଡ ଲାଗେ । ଆଉ ଏବେ ତ ପିକ୍ନିକ୍ର ସମୟ । ତେଣୁ ସତିଗୁଡା ଇକୋ ପାର୍କ ଏବେ ଉପାନ୍ତ ମାଲକାନଗିରି ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳି ପାଲଟିଛି । ଏଠାକାର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପରିବାର ଓ ସାଙ୍ଗ ସାଥି ସହ ଭିଡ ଜମାଉଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ।

ସତିଗୁଡା ଇକୋ ପାର୍କର ପ୍ରାକୃତିକ ପରିବେଶ ମଧ୍ୟରେ ଏ ବର୍ଷ ନୂଆ କରି ୪ଟି ଇକୋ କଟେଜ କରାଯାଇଛି । ଏହାସହ ରେଷ୍ଟୁରାଂଟ ଠାରୁ ଆରମ୍ଭ କରି କ୍ୟାମ୍ପ ଫାୟାର ଯାଏଁ, ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ଯୋଗାଇ ଦେଉଛି ବନ ବିଭାଗ । ମାଲକାନଗିରି ସହର ଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ସତୀଗୁଡା ଇକୋ ପାର୍କରେ ରାତି କାଟିବାକୁ ଚାହୁଁଥିବା ପର୍ଯ୍ୟଟକ ଅନଲାଇନ୍ରେ କଟେଜ ବୁକିଂ କରୁଛନ୍ତି । ଆଉ ଗୋଟିଏ ଦିନ ପାଇଁ ବନ ବିଭାଗ ୨୦୦୦ ଟଙ୍କା ଦର ଧାର୍ଯ୍ୟ କରିଛି ।