କଟକରେ ସତୀଚଉରା ମଶାଣୀରେ ଲିଭୁନି ଜୁଇ । ଦୈନିକ ଦାହ ହେଉଛି ୨୦ରୁ ଅଧିକ ଶବ । କର୍ମଚାରୀଙ୍କ ସୂଚନା, ଗତ ୧୫ ଦିନରେ ସତ୍କାର ହୋଇଛି ୩୮୧ ମୃତଦେହ ।

366

କନକ ବ୍ୟୁରୋ: ବର୍ତମାନ ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ଏହାରି ଭିତରେ କଟକରୁ ଆସିଛି ଏକ ଚିନ୍ତାଜନକ ଖବର । ଯାହା ଜାଣିବା ପରେ ଆପଣ ବି ଚିନ୍ତା କରିବାକୁ ବାଧ୍ୟ ହେବେ । ବର୍ତମାନ କରୋନା କାରଣରୁ ଦୈନିକ ରାଜ୍ୟରେ ବଢିଚାଲିଛି କରୋନା ମୃତକଙ୍କ ସଂଖ୍ୟା । ଏହାରି ଭିତରେ କଟକରେ ସତୀଚଉରା ମଶାଣୀରେ ଲିଭୁନି ଜୁଇ । ଦୈନିକ ବଢିବାରେ ଲାଗିଛି ସକ୍ରାର ହେଉଥିବା କୋଭିଡ୍ ମୃତକଙ୍କ ଶବ ସଂଖ୍ୟା । ଆଗ ଅପେକ୍ଷା ଏହି ସଂଖ୍ୟା ବର୍ତମାନ ଢେର ବଢି ଗଲାଣି । ଏକ ସୂଚନା ଅନୁସାରେ ସତୀଚଉରା ମଶାଣୀରେ ଗତ ୧୫ ଦିନ ମଧ୍ୟରେ ୩୮୧ଟି ଶବ ଦାହ କରାଯାଇଛି । ଏହାକୁ ହିସାବକୁ ନେଲେ ଦୈନିକ ପ୍ରାୟ ୨୫ଟି ଶବ ଦାହ କରାଯାଉଛି ।

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ କଟକରେ ସତୀଚଉରା ମଶାଣୀରେ ଦୈନିକ ଶବ ଦାହ ସଂଖ୍ୟା ବଢିବା ଏକ ଭିନ୍ନ ଦିଗକୁ ଦର୍ଶାଉଛି । ତେବେ କଟକରେ କେବଳ ଗୋଟିଏ ମଶାଣୀର ଚିତ୍ର । ଅନ୍ୟ ମଶାଣୀର ଦୈନିକ ଶବ ଦାହ ସଂଖ୍ୟାକୁ ବିଚାରକୁ ନେଲେ ଦୈନିକ ମୃତ୍ୟୁ ସଂଖ୍ୟା ଓ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟାର ହିସାବ ନିଶ୍ଚିତ ଅଧିକ ରହିବ ।