ଫଣା ମେଲାଇ ଆସିଲା, ଓଡ଼ିଶାରେ ତାଣ୍ଡବ ରଚିଲା ‘ଫୋନି’ । ମହାକାଶରୁ କଏଦ ହେଲା ମହାପ୍ରଳୟର ଦୃଶ୍ୟ, ଦେଖନ୍ତୁ ଭିଡ଼ିଓ ।

ମହାକାଶରୁ କଏଦ ହେଲା ପ୍ରଳୟଙ୍କାରୀ ବାତ୍ୟା ଫୋନିର ଛାତିଥରା ଦୃଶ୍ୟ! ଦେଖନ୍ତୁ....ଓଡ଼ିଶାରେ କିଭଳି ଫଣା ମେଲାଇ ରଚିଥିଲା ତାଣ୍ଡବ ।

1,909

କନକ ବ୍ୟୁରୋ: ଗତ ୩ ତାରିଖରେ ଉପକୂଳ ଓଡ଼ିଶାର ନକ୍ସା ବଦଳାଇ ଦେଇଥିବା ଭୟଙ୍କର ବାତ୍ୟା ‘ଫୋନି’ର ଦୃଶ୍ୟ ମହାକାଶରୁ କଏଦ ହୋଇଛି । ସେ ଦିନର ଛାତିଥରା ଦୃଶ୍ୟକୁ ମହାକାଶରୁ କଏଦ କରିଛନ୍ତି ବିଭିନ୍ନ ଅର୍ନ୍ତଜାତୀୟ ସାଟାଲାଇଟ୍ ସଂସ୍ଥା । ୨୦୦ କିମିରୁ ଅଧିକ ବେଗରେ ଓଡ଼ିଶାକୁ ନିଜ ଫଣାରେ କାବୁ କରିଥିବା ବାତ୍ୟା ଫୋନିର କରାଳ ଦୃଶ୍ୟ ସାଟାଲାଇଟ୍ ମାଧ୍ୟମରେ କଏଦ ହୋଇଛି । ତେବେ କିଭଳି ଥିଲା ଯମଦୂତ ପରି ଓଡ଼ିଶା ଉପରେ ତାଣ୍ଡବ ରଚିଥିବା ‘ଫୋନି’ର ପ୍ରଳୟଙ୍କାରୀ ଚିତ୍ର । ଦେଖନ୍ତୁ…

ଶଙ୍ଖ କ୍ଷେତ୍ରରେ ଲ୍ୟାଣ୍ଡଫଲ କରି ଜଗନ୍ନାଥ ଧାମକୁ ଖିନଭିନ୍ କରିଦେଲା । ହେଲେ ଏତିକିରେ ଶାନ୍ତି ହେଲାନି ମନ ତା’ର , ଆଉ ମାଡ଼ି ଆସିଲା ଟ୍ୱିନସିଟିକୁ ନିଜ ଫଣାରେ ଛାରଖାର କରିଦେଇ ଫେରିଗଲା କାଳରୁପୀ ବାତ୍ୟା ‘ଫୋନି’ । କୁଆଡୁ ଥିଲା କେଜାଣି କଳା ପାହାଡ଼ ଭଳି ମାଡ଼ି ଆସିଲା ଆଉ ଅଶାନ୍ତ ସମୂଦ୍ର ଜୁଆର ଭିତରୁ ଫଣା ମେଲାଇ ଓଡ଼ିଶାରେ ରଚିଥିଲା ଭୟଙ୍କର ତାଣ୍ଡବ । ଏବେ ଏହି ଦୃଶ୍ୟକୁ ବିଭିନ୍ନ ସାଟାଲାଇଟ୍ ସଂସ୍ଥା କଏଦ କରିଛନ୍ତି ।