ଆରମ୍ଭ ହେଲା କାଉଣ୍ଟଡ଼ାଉନ ! ଓଡ଼ିଶାରେ ୪ଟି ପର୍ଯ୍ୟାୟ ହେବ ମତଦାନ । ହୋଡ଼ିଂ, ବ୍ୟାନର, ପୋଷ୍ଟର ଓ ଫଟୋ କାଢ଼ିବାକୁ ନିର୍ଦ୍ଦେଶ ।

Advertisment
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବମ୍ପର ଭୋଟିଂ । ସିଇଓଙ୍କ ସୂଚନା, ଓଡ଼ିଶାରେ ହୋଇଛି ୭୩.୭୬% ଭୋଟ, ୨ଟି ବୁଥରେ ହୋଇପାରେ ସାନି ମତଦାନ ।

କନକ ବ୍ୟୁରୋ: ରାଜ୍ୟର ୨୧ଟି ଲୋକସଭା ଆସନ ଏବଂ ୧୪୭ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ତେବେ ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୧, ଏପ୍ରିଲ୍ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ, ଏପ୍ରିଲ୍ ୨୩ରେ ତୃତୀୟ ପର୍ଯ୍ୟାୟ ଏବଂ ଏପ୍ରିଲ୍ ୨୯ ତାରିଖରେ ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ଅୟୋଜିତ ହେବ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

publive-imageରାଜ୍ୟରେ ଏକ ସମୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଆୟୋଗ ହେବ । ଏହି ମର୍ମରେ ୪ଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୍ ୧୧ରେ ୪ଟି ଲୋକସଭା ନିର୍ବାଚନମଣ୍ଡଳୀ , ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ୍ ୧୮ରେ ୫ଟି ଲୋକସଭା ନିର୍ବାଚନମଣ୍ଡଳୀ, ତୃତୀୟ ପର୍ଯ୍ୟାୟ ଏପ୍ରିଲ୍ ୨୩ ତାରିଖରେ ୬ଟି ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ୍ ୨୯ରେ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସାବ୍ୟସ୍ତ କରାଯିବ ।

publive-imageସେହିପରି ସାରା ଦେଶରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ତେଣୁ ସମସ୍ତ ହୋଡ଼ିଂ, ବ୍ୟାନର, ପୋଷ୍ଟର ଓ ଫଟୋ କାଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏପରିକି ମୁଖ୍ୟ ନିର୍ବାଚନ କମିଶନଙ୍କ ବିନା ଅନୁମତିରେ କୌଣସି ବଦଳି କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe