ଆସନ୍ତା ଫେବ୍ରୁଆରି ୧୪ରୁ ବଜେଟ୍ ଅଧିବେଶନ । ଏପ୍ରିଲ୍ ୯ ପର୍ଯ୍ୟନ୍ତ ଚାଲିବ ଅଧିବେଶନ, ୧୮ରେ ଉପସ୍ଥାପିତ ହେବ ଚଳିତ ବର୍ଷର ବଜେଟ୍ ।

141

କନକ ବ୍ୟୁରୋ: ଆସନ୍ତା ୧୪ରୁ ବସିବ ବିଧାନସଭା ବଜେଟ୍ ଅଧିବେଶନ । ଫେବ୍ରୁଆରି ୧୪ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନ ଚାଲିବ ବୋଲି ସ୍ଥିର ହୋଇଛି । ତେବେ ବ୍ରୁଆରି ୧୮ରେ ଉପସ୍ଥାପିତ ହେବ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ । ଆଉ ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ୍ ଅଧିବେଶନ ବୋଲି ବିଜ୍ଞପ୍ତି ଜାରି କରାଯାଇଛି ।

୧୪ରୁ ୨୯ ଫେବ୍ରୁଆରୀ ଯାଏଁ ଚାଲିବ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଚାଲିବାକୁ ଥିବାବେଳେ ୧୧ ମାର୍ଚ୍ଚରୁ ଆରମ୍ଭ, ୯ ଏପ୍ରିଲରେ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଚାଲିବ । ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳ ଗଣେଶି ଲାଲ ନିଜର ଅଭିଭାଷଣ ରଖିବେ । ଫେବ୍ରୁଆରି ୧୮ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ ହେବ । ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୪ରୁ ୨୬ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ପୁଣିଥରେ ମାର୍ଚ୍ଚ ୧୧ରୁ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଚାଲିବ । ବିଧାନସଭା ପକ୍ଷରୁ ମଙ୍ଗଳବାରଦିନ ଏ ନେଇ ଏକ ବିଜ୍ଞପ୍ତି ଜାରି ହୋଇଛି।

ରାଜ୍ୟ ସରକାର ଇତି ମଧ୍ୟରେ ବଜେଟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବଜେଟ ପ୍ରସ୍ତୁତି ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଗତ ୧୫ ତାରିଖଠାରୁ ପ୍ରାକ ବଜେଟ ପରାମର୍ଶ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ, ବିଶେଷଜ୍ଞ ଓ ସଚିବମାନଙ୍କ ସହ ସେ ଆଲୋଚନା କରୁଛନ୍ତି । ଏହା ସହିତ ସାଧାରଣ ଲୋକଙ୍କ ମତାମତ ମଧ୍ୟ ନିଆଯାଉଛି ।