ଭାରତୀୟ କ୍ରିକେଟ୍ ଟିମର ମ୍ୟାନେଜର ହେଲେ ମାଲକାନଗିରି ପୁଅ । ଟିମ୍ ଇଣ୍ଡିଆ ପାଇଁ ବଡ଼ ଦାୟିତ୍ୱ ତୁଲାଇବେ ସତବୀର ସିଂ ।

ଭାରତୀୟ କ୍ରିକେଟ୍ ଟିମର ମ୍ୟାନେଜର ହେଲେ ମାଲକାନଗିରି ପୁଅ । ଟିମ୍ ଇଣ୍ଡିଆ ପାଇଁ ବଡ଼ ଦାୟିତ୍ୱ ତୁଲାଇବେ ସତବୀର ସିଂ ।

କନକ ବ୍ୟୁରୋ : ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ । ଭାରତୀୟ କ୍ରିକେଟ୍ ଟିମର ମ୍ୟାନେଜର ପଦ ପାଇଁ ମନୋନୀତ ହୋଇଛନ୍ତି ମାଲକାନଗିରିର ପୁଅ ସତବୀର ସିଂ ରିୟର । ଆସନ୍ତା ସାଉଥ ଆଫ୍ରିକା ଟେଷ୍ଟ ସିରିଜ୍ ପାଇଁ ସତବୀରଙ୍କୁ ମନୋନୀତ କରାଯାଇଛି । ପୂର୍ବରୁ ଅନେକ ଟିମ୍ ପାଇଁ ମ୍ୟାନେଜର ଭାବେ ଦାୟିତ୍ୱ ତୁଲାଇଛନ୍ତି ସତବୀର ।

ପୂର୍ବରୁ ୧୬ ବର୍ଷରୁ କମ, ୧୯ ବର୍ଷରୁ କମ ଟିମ ସହ ଓ ରଣଜୀ ଟ୍ରଫିର ମ୍ୟାନେଜର ପଦ ସମ୍ଭାଳିଛନ୍ତି । ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛି ଓଡିଶା କ୍ରିକେଟ୍ ଆସୋସିଏସନ୍ । ସତବୀର ପେଶାରେ ଜଣେ ଫାର୍ମାସି ଅଫିସର । ରାତିରେ ଡ୍ୟୁଟି କରି ଦିନରେ କ୍ରିକେଟ୍ ପାଇଁ ସମୟ ଦିଅନ୍ତି ସତବୀର । ଏଭଳି ଉପଲବ୍ଧି ହାସଲ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି ସତବୀର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe