ଶାରଦୀୟ ପାର୍ବଣରେ ଚାଲିଛି ଜଗତଜନନୀଙ୍କ ଆରାଧନା । କରୋନା କଟକଣା ଭିତରେ ଆଜି ପୀଠରେ ଦେବୀଙ୍କ ଷ୍ଠଷ୍ଠୀ ପୂଜା । ଆସନ୍ତାକାଲି ମଣ୍ଡପରେ ଷ୍ଠଷୀ । ପରଦା ଢାଙ୍କି ମାଆଙ୍କ ପୂଜା କରିବେ ପୂଜକ । 

110

କନକ ବ୍ୟୁରୋ : ଚାଲିଛି ଶାରଦୀୟ ପାର୍ବଣର ଋତୁ । କରୋନା କଟକଣା ଭିତରେ ମଣ୍ଡପରେ ଜଗତ୍ଜନନୀଙ୍କ ଆରଧାନା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏଥର ପରଦା ପଛରେ ଦେବୀଙ୍କ ପୁଜା କରାଯିବ । ଶକ୍ତିପୀଠରେ ଦେବୀଙ୍କ ନବରାତ୍ରୀ ପୂଜା ଚାଲିଛି । ପ୍ରତ୍ୟେକ ଦିନ ଦେବୀ ଭିନ୍ନ ଭିନ୍ନ ବେଶରେ ପୂଜା ପାଉଛନ୍ତି । ଷୋଡଶ ଉପଚାରରେ ଦେବୀଙ୍କୁ ଆରାଧାନା ଚାଲିଛି ।

ଏପଟେ ଆସନ୍ତାକାଲି ମଣ୍ଡପରେ ଷଷ୍ଠୀ ପୂଜା ଅନୁଷ୍ଠିତ ହେବ । ତେବେ ମଣ୍ଡପରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି । କଟକ ଓ ଭୁବନେଶ୍ୱର ପୂଜା ମଣ୍ଡପରେ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି । ଚଳିତବର୍ଷ ବିନା ଭକ୍ତରେ ପୂଜା କରାଯିବ । କରୋନା କାଳରେ ଭକ୍ତଙ୍କ ଭିଡକୁ ରୋକିବା ପାଇଁ ପୂଜା ମଣ୍ଡପକୁ ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି । ମଣ୍ଡପରେ ପରଦା ଢାଙ୍କି ପୂଜା କରାଯିବ ।

ତେବେ ଏଥର କଟକ-ଭୁବନେଶ୍ୱରର କିଛି ପୂଜା ମଣ୍ଡପରେ ମାଙ୍କର ଛୋଟ ମୂର୍ତ୍ତୀ କରାଯାଇ ପୂଜା କରାଯିବ । ଅନ୍ୟପକ୍ଷରେ ପୂଜା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିଶନରେଟ ପୋଲିସ । ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।